ବଜେଟ ସାରାଂଶ

budget-2019 focus point

• କିଶାନ୍ ସମ୍ମାନ ନିଧି ଯୋଜନାରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ୬୦୦୦ ଟଙ୍କାର ସହାୟତା ଏବଂ ଦରମାପ୍ରାପ୍ତ ଓ ପେନ୍‌ସନ୍‌ଧାରୀ ମଧ୍ୟବିତ୍ତଙ୍କୁ ଟିକସ ରିହାତି
• ସିନେମାଟୋଗ୍ରାଫି ଆଇନରେ ଯୋଡ଼ାଯିବ ଆଣ୍ଟି-କ୍ୟାମ୍‌କୋର୍ଡିଂ ବ୍ୟବସ୍ଥା। ଫିଲ୍ମମେକିଂ ପାଇଁ ରହିବ ସିଙ୍ଗିଲ ୱିଣ୍ଡୋ କ୍ଲିଅରାନ୍ସ ବ୍ୟବସ୍ଥା।
• ୫ ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ଆୟ ଉପରେ ଟିକସ ଛାଡ଼। ପିଏଫ୍‌ ଏବଂ ବୀମା କରିଥିଲେ ୬.୫ ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ଆୟ ପାଇଁ ଦେବାକୁ ପଡ଼ିବନି ଆୟକର ଟିକସ
• ପ୍ରଧାନମନ୍ତ୍ରୀ ଶ୍ରମଜୀବୀ ମାନଧନ ଯୋଜନାରେ ବୃଦ୍ଧାବସ୍ଥାରେ ୩ହଜାର ଟଙ୍କ ପେନସନ୍ ପାଇବେ ଅଣସଂଗଠିତ କ୍ଷେତ୍ରରେ କାର‌୍ୟ୍ୟରତ ଶ୍ରମିକ।
• ୨ ବର୍ଷ ମଧ୍ୟରେ ଇଲୋକ୍ଟ୍ରନିକ ମାଧ୍ୟମରେ କର ନିଧାରଣ କରାଯିବ ।
• ଆଇଟି ରିଟ୍ରନ୍ସ ୨୪ ଘଣ୍ଟା ମଧ୍ୟରେ କାର୍ଯ୍ୟକାରୀ ହେବ
• ଆଗାମୀ ୫ ବର୍ଷରେ ୧ ଲକ୍ଷ ଡିଜିଟାଲ ଗାଁ କରାଯିବାର ଲକ୍ଷ୍ୟ ।
• ଗୋମାତାର ସୁରକ୍ଷା ପାଇଁ ଆସିବ ରାଷ୍ଟ୍ରୀୟ କାମଧେନୁ ଆୟୋଗ,ସରକାର ଆରମ୍ଭ କରିବେ କାମଧେନୁ ଯୋଜନା, ଖର୍ଚ୍ଚ ହେବ ୭୫୦ କୋଟି
• ଉଜ୍ଜ୍ୱଳା ଯୋଜନାରେ ଆଗାମୀ ଦିନରେ ୮କୋଟି ଗ୍ୟାସ ସଂଯୋଗ କରାଯିବ
• ପ୍ରତିରକ୍ଷା କ୍ଷେତ୍ର ପାଇଁ ୩ଲକ୍ଷ କୋଟି

Previous ଅନ୍ତରୀଣ ବଜେଟ ୨୦୧୯ ଉପସ୍ଥାପିତ: ସବୁ ବର୍ଗଙ୍କୁ ଖୁସି କରିବାକୁ ଚେଷ୍ଟା
Next ଟ୍ରାଇ ନୂଆ ଡିଟିଏଚ୍ ନିୟମ: ନିଜପସନ୍ଦ ଚ୍ୟାନେଲ ପାଇଁ କେବଳ ଟଙ୍କା ଦେବେ ଗ୍ରାହକ

No Comment

Leave a reply

Your email address will not be published. Required fields are marked *