ବ୍ରହ୍ମୋସ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

Brahmos missile successfully tested

ଵାଲେଶ୍ୱର ଚାନ୍ଦିପୁରସ୍ଥିତ କ୍ଷେପଣାସ୍ତ୍ର ଘାଟିରୁ ଆଜି ସଫଳତାର ସହ ବ୍ରହ୍ମୋସ କ୍ଷେପଣାସ୍ତ୍ରର ପରୀକ୍ଷା ସଫଳ ହୋଇଛି । ଏହା ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ । ଆଗାମୀ ୧୦ରୁ ୧୫ ବର୍ଷ ପର୍ଯ୍ୟନ୍ତ ଏହା ବ୍ୟବହାର ଉପଯୋଗୀ ହୋଇପାରିବ । ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଟିମ ବ୍ରହ୍ମୋସ ଏବଂ ଡିଆରଡିଓ ଅଧିକାରୀଙ୍କୁ ସାଧୁବାଦ ଜଣାଇଛନ୍ତି । କ୍ଷେପଣାସ୍ତ୍ର କିଣିବା ପାଇଁ ହେଉଥିବା ବିପୁଳ ଖର୍ଚ୍ଚକୁ ଏଡାଇବାରେ ଏହା ସହାୟକ ହେବ ବୋଲି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ତରଫରୁ ପ୍ରକାଶ । ପ୍ରାପ୍ତ ସୂଚନାନୁଯାୟୀ ଭାରତ ଏହାର ପରବର୍ତ୍ତୀ ଭର୍ସନ ବ୍ରହ୍ମୋସ କ୍ଷେପଣାସ୍ତ୍ର ନିର୍ମାଣ କରିବ, ଯାହାର ଓଜନ ପୂର୍ବାପେକ୍ଷା କମ ରହିବା ସାଙ୍ଗକୁ ଲଢୁଆ ବିମାନରେ ମଧ୍ୟ ପରିବହନ କରାଯାଇପାରିବ ।

Previous ଆଜିର ଦିନଟି ପାକିସ୍ତାନ କ୍ରିକେଟେପ୍ରମୀଙ୍କ ପାଇଁ ସ୍ମରଣୀୟ, ଜାଣନ୍ତୁ କାହିଁକି?
Next ଆଇପିଏଲରେ ଧୋନିଙ୍କ ସଫଳତା

No Comment

Leave a reply

Your email address will not be published. Required fields are marked *