୪ ଦଫା ଦାବିରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବୌଦ୍ଧ ବନ୍ଦ

Boudha bandh by bjp yuvamorcha

ଜିଲ୍ଲା ଭିତ୍ତିକ ଷ୍ଟାଫ୍‌ ନର୍ସ ପଦବୀ ନିଯୁକ୍ତି, ଜିଲ୍ଲାରେ ଧାନ ମଣ୍ଡି ବନ୍ଦ କରାଯିବାକୁ ବିରୋଧ, ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପର ବୌଦ୍ଧରେ ଏଯାଏ କାମ ଆରମ୍ଭ ନହେବା, ଜିଲ୍ଲାରେ ଆରଆଇ, ଅମିନ ନିଯୁକ୍ତିରେ ହୋଇଥିବା ଦୁର୍ନୀତିର ପର୍ଦାଫାସ କରିବା ସହିତ ଏଥିରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆଦି ୪ ଦଫା ଦାବିରେ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆଜି ବୌଦ୍ଧ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। ସକାଳୁ ସକାଳୁ ବିଜେପି କର୍ମୀମାନେ ପିକେଟିଂ କରି ଗାଡ଼ି ଚଳାଚଳ ଓ ଦୋକାନ ବଜାର ବନ୍ଦ କରିଛନ୍ତି। ଅନ୍ୟପକ୍ଷରେ ବନ୍ଦକୁ ଦେଖି ମନମୁଣ୍ଡା ପୁଲିସ୍‌ ବିଜେପି ଯୁବମୋର୍ଚ୍ଚାର ସଭାପତିଙ୍କ ସମେତ ଦୁଇ ଜଣଙ୍କୁ ଥାନାରେ ଅଟକ ରଖିଛି। ଜିଲ୍ଲାରେ ଦୋକାନବଜାର, ଶିକ୍ଷାନୁଷ୍ଠାନ ଓ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବାରୁ ଜନଜୀବନ ପ୍ରଭାବିତ ହୋଇଛି ।

Previous ପରଲୋକରେ ବରିଷ୍ଠ କଂଗ୍ରେସ ନେତା ହରିହର କରଣ
Next ସିବିଆଇର ନୂଆ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କଲେ ଋଷି କୁମାର

No Comment

Leave a reply

Your email address will not be published. Required fields are marked *