ବଲିଉଡ଼ ଷ୍ଟାରଙ୍କ ଡ଼ର

Bollywood Stars And Their Phobias

ଡ଼ର ଏମିତି ଏକ ଅବସ୍ଥା ଯାହାକି ଅଳ୍ପେ ବହୁତ ସମସ୍ତେ ଅନୁଭବ କରିଥାନ୍ତି । ଜୀବଜନ୍ତୁଠୁ ଆରମ୍ଭ କରି ମଣିଷ ପର୍ଯ୍ୟନ୍ତ ସମସ୍ତଙ୍କ ମନରେ କିଛି ନା କିଛି ଡ଼ର ରହିଥାଏ । ଏଥିରୁ ବଲିଉଡ଼ ଷ୍ଟାରମାନେ କିପରି ବାଦ ପଡ଼ିବେ । ତେବେ ଜାଣନ୍ତୁ ଆମ ବଲିଉଡ କଳାକାରଙ୍କ ଭୟ କଣ ।
ଲିଫ୍ଟରେକୁ ଡ଼ରନ୍ତି ସୋନମ

‘ନିରଜା’ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ମନରେ ଯେଉଁ ସାହସିକତାର ଛବି ଆଙ୍କିଛନ୍ତି ସୋନମ କପୁର ତାକୁ ଦେଖେ କେହିବି ଭାବି ପାରିବ କି ଯେ ଅଭିନେତ୍ରୀ ଜଣକ ଲିଫଟରେ ଏକଲା ଯିବାକୁ ଡ଼ରନ୍ତି ? ହେଲେ କଥାଟା ସତ କାପୁର ଲଳନା ଲିଫ୍ଟରେ ଫସି ରହିବାକୁ ଡ଼ରନ୍ତି । ସେ କୁହନ୍ତି ମତେ ଲିଫ୍ଟରେ ଏକା ଯିବାକୁ ଡ଼ର ଲାଗେ ମୁଁ ଏହି ସମ୍ବନ୍ଧୀୟ ସ୍ୱପ୍ନ ଅଧିକାଂଶ ସମୟ ଦେଖିଥାଏ । ଇଶ୍ୱରଙ୍କୁ ସବୁବେଳେ ପାର୍ଥନା କରେ ଯେ ମୋତେ ଯେପରି ଲିଫ୍ଟରେ ଫସି ରହିବା ଭଳି ସମସ୍ୟାରେ କେବେ ନପକାନ୍ତୁ ନଚେତ ସେହିଭଳି ସ୍ଥିତିରେ ମୋର ଅବସ୍ଥା କ’ଣ ହେବ ଜାଣିନି, ହେଲେ ଭଲ ସ୍ଥିତତ କେବେ ରହିବନି ।

ଆପଣା ଲୋକଙ୍କୁ ହରେଇବାକୁ ଡ଼ରନ୍ତି ଅମିର


ବଲିଉଡ଼ରେ ମିଷ୍ଟର ପରଫେକ୍ଟ ଭାବେ ପରିଚିତ ଅମିର ଖାନ ବି ଡ଼ରନ୍ତି । ତାଙ୍କ ଡ଼ର ପରିବାରକୁ ନେଇ । ନିଜର ଲୋକଙ୍କୁ ହରେଇବାର ଡ଼ର ତାଙ୍କୁ ବେଶି ଲାଗିଥାଏ । ସେ କୁହନ୍ତି ମୁଁ ଯେତେବେଳେ ପରିବାରଠୁ ଦୂରରେ ରୁହେ ମୋତେ ଅସ୍ତବ୍ୟସ୍ତ ଲାଗେ । ମୋତେ ଏପରି ଲାଗେ ଯଦି କାହାର କିଛି ହେଇଯିବ । ଏହି ଡ଼ର କାରଣରୁ ସେ ପରିବାରଠୁ ଦୂରରେ ରହିବା ସମୟରେ ଅଧିକ ଥର ଫୋନ ଘର ଲୋକଙ୍କୁ କରୁଥିବାର କୁହନ୍ତି ।
ବିମାନ ଯାତ୍ରାକୁ ଡ଼ରନ୍ତି ପରିଣିତି

 

ଚୁଲବୁଲି ନାୟିକା ପରିଣିତି ଚୋପ୍ରାଙ୍କୁ ବୁଲିବାକୁ ଭଲ ଲାଗେ ହେଲେ ତାଙ୍କୁ ସବୁଠୁ ବଡ଼ ଡ଼ର ବିମାନରେ ଯାତ୍ରା କରିବା ସମୟରେ ଲାଗିଥାଏ । ସେ କୁହନ୍ତି ମୋତେ ଲାଗେ ମୋର ମୃତ୍ୟୁ ବିମାନ ଦୁର୍ଘଟଣାରେ ହେବ । ତାଙ୍କର ଏହି ଡ଼ର କାରଣରୁ ସେ କେବେ ଏକୁଟିଆ ବିମାନରେ ଯାତ୍ରା କରନ୍ତି ନାହିଁ ।

ଘୋଡ଼ାକୁ ଡ଼ରନ୍ତି ଶାହାରୁଖ-ପ୍ରିୟଙ୍କା


ସେହିଭଳି ବଲିଉଡ଼ ଦୁନିଆର କିଙ୍ଗ୍ ଭାବେ ପରିଚିତ ଶାହାରୁଖ ଖାନ ଘୋଡ଼ାକୁ ଡ଼ରନ୍ତି । ସେଥି ପାଇଁ ତାଙ୍କୁ ଘୋଡ଼ା ସହ ଦେଖିବାକୁ ମିଳିନଥାଏ । ଶାହାରୁଖଙ୍କ ପରି ପ୍ରିୟଙ୍କା ଚୋପ୍ରା ମଧ୍ୟ ଘୋଡ଼ାକୁ ଡ଼ରନ୍ତି ।

ବିଲେଇକୁ ଡ଼ରନ୍ତି ବିଦ୍ୟା

 

 

‘ଭୁଲ ଭୁଲେୟାଁ’ ସିନେମାରେ ମଞ୍ଜୁଲିକା ଭୂମିକାରେ ଅଭିନୟ କରି ହଜାର ହଜାର ଦର୍ଶକଙ୍କୁ ଡ଼ରାଇଥିବା ବିଦ୍ୟା ବାଲାନ ବିଲେଇକୁ ଭୟ କରନ୍ତି । ବିଲେଇ ଏକମାତ୍ର ଯାହାକି ତାଙ୍କୁ ସ୍ଥିର ଓ ଶାନ୍ତ କରିଦିଏ ।

 

 

 

 

ଅନ୍ଧାରକୁ ଡ଼ରନ୍ତି ଆଲିଆ

ନିଜ ଅଭିନୟ ଓ ଷ୍ଟାଇଲ ଦ୍ୱାରା ଦର୍ଶକଙ୍କୁ ବାନ୍ଧି ରଖୁଥିବା ଆଲିଆ ଭଟ୍ଟ ଅନ୍ଧାରକୁ ଡ଼ରନ୍ତି । ଅନ୍ଧାରକୁ ନେଇ ତାଙ୍କ ଡ଼ର ଏପରି ଯେ ଶୋଇଲାବେଳେ ଅଳ୍ପ ଆଲୁଅ ଜଳାଇବା ସହ ଘରର ପରଦା ଟିକିଏ ଖୋଲା ରଖିଥାନ୍ତି ।

 

ଟମାଟକୁ ଡ଼ରନ୍ତି କ୍ୟାଟ୍ରିନା


ସେହିଭଳି କ୍ୟାଟ୍ରିନା କୈଫ ଟମାଟୋକୁ ଡ଼ରନ୍ତି । ତାଙ୍କ ଆଖପାଖରେ ଟମାଟୋ ରହିଲେ ସେ ସହ୍ୟ କରିପାରନ୍ତି ନାହିଁ । ଟମାଟୋକୁ ଭୟ କରିବା କାରଣରୁ ସେ ଏକ ସସ୍ କମ୍ପାନିର ଦାମୀ ବିଜ୍ଞାପନ କରିବାକୁ ମନା କରିଦେଇଥିଲେ ମଧ୍ୟ ।

 

 

 

ସିଲିଂ ଫ୍ୟାନକୁ ଡ଼ରନ୍ତି ଅର୍ଜୁନ


ଆକସନ୍ ହେଉ କି କମେଡ଼ି ନିଜର ଦମଦାର ଅଭିନୟ ଦେଖାଉଥିବା ଅର୍ଜୁନ କପୁର ସିଲିଂ ଫ୍ୟାନକୁ ଡ଼ରନ୍ତି । ଏହି କାରଣରୁ ତାଙ୍କ ଘରେ ଗୋଟିଏ ବି ସିଲିଂ ଫ୍ୟାନ ନାହିଁ । କେବଳ ସେତିକି ନୁହେଁ ସେ ଯେଉଁଠିକୁ ଯାଆନ୍ତି ସେଠି ମଧ୍ୟ ସିଲିଂ ଫ୍ୟାନଠୁ ଦୂରେଇ ରୁହନ୍ତି ।

 

ସେହିଭଳି ଦିପିକା ପାଦ୍ୟୁକୋନ ସାପକୁ ଓ ରଣବୀର କପୁର ଅସରପାକୁ ଡ଼ରନ୍ତି, ଅଭିଷେକ ବଚ୍ଚନ ଫଳକୁ ଡ଼ରନ୍ତି ଯେଉଁ କାରଣରୁ ଆଜି ପର୍ଯ୍ୟନ୍ତ ସେ କୌଣସି ଫଳ ଖାଆନ୍ତି ନାହିଁ । ସେହିଭଳି ଅଜୟ ଦେବଗନ ନିଜ ହାତରେ ଖାଦ୍ୟ ଖାଇବାକୁ ଡ଼ରନ୍ତି । ଅନୁଷ୍କା ଶର୍ମା ବାଇକ ଚଲେଇବାକୁ ଡ଼ରନ୍ତି ।

Previous ଆଶା କର୍ମୀ ଓ ଅଙ୍ଗନବାଡି ଦିଦିଙ୍କ ପାରିଶ୍ରାମିକ ବୃଦ୍ଧି
Next ବିଦାୟୀ ମ୍ୟାଚରେ କୁକଙ୍କ ଜଲୱା: ଟିମ ଇଣ୍ଡିଆ ପରାସ୍ତ

No Comment

Leave a reply

Your email address will not be published. Required fields are marked *