ପୁରୀରେ ଆରମ୍ଭ ହେଲା ଦୁଇ ଦିନିଆ ବିଜେପି ଜନଜାତି ରାଷ୍ଟ୍ରୀୟ ମହାଅଧିବେଶନ,କାଲି ଆସିବେ ଶାହା

BJP janajati rashtriya mahaadhibeshana start at Puri

ଆଜିଠୁ ପୁରୀରେ ଆରମ୍ଭ ହୋଇଛି ଦୁଇ ଦିନିଆ ବିଜେପି ଜନଜାତି ରାଷ୍ଟ୍ରୀୟ ମହାଅଧିବେଶନ। ଏହାକୁ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ୱାଲ୍‌ ଉଦ୍‌ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଆଦିବାସୀ ନେତା, ମନ୍ତ୍ରୀଙ୍କ ସହ ୫ ହଜାରରୁ ଅଧିକ ପ୍ରତିନିଧି ଯୋଗଦେବେ ବୋଲି ସୂଚନା ରହିଛି । ଏହା ସହ ଆସନ୍ତା କାଲି ଏହି ମହାଅଧିବେଶନରେ ବିଜେପି ରାଷ୍ଟ୍ରୀୟ ଅଧକ୍ଷ ଅମିତ ଶାହା ଯୋଗଦେଇ ଉଦ୍ଦବୋଧନ ଦେବେ ବୋଲି ସୂଚନା ରହିଛି । ଫେବୃଆରୀ ୩ ତାରିଖ ଦିନ ‘ଆଦିବାସୀଙ୍କ ହକ୍ ପାଇଁ ଭୁବନେଶ୍ୱର ଚାଲ’ ଅଭିଯାନ ରାଲି ଆୟୋଜିତ ହେବ। ଏହି ରାଲିରେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କ ସମେତ ୧ ଲକ୍ଷରୁ ଉର୍ଦ୍ଧ୍ୱ ଆଦିବାସୀ ଯୋଗ ଦେଇ ନିଜ ଅଧିକାର ସୁରକ୍ଷା ପାଇଁ ଦାବି ଓ ରାଜ୍ୟସରକାରଙ୍କ ଜନଜାତି ବିରୋଧୀ ନୀତିକୁ ବିରୋଧ କରିବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ ସୂଚନା ଦେଇଥିଲେ ।

Previous ଆପୋଲୋ ହସ୍ପିଟାଲ୍‌ରେ ନିଆଁ: ସମସ୍ତ ରୋଗୀ ସୁରକ୍ଷିତ !
Next ସୁନ୍ଦରଗଡ଼ ଜଙ୍ଗଲରୁ ୧୫କେଜି ଲ୍ୟାଣ୍ଡମାଇନ୍ ଉଦ୍ଧାର

No Comment

Leave a reply

Your email address will not be published. Required fields are marked *