ସରିଲା ୬ଘଣ୍ଟିଆ ଭଦ୍ରକ ବନ୍ଦ

bjp calls 6 hour Bhadrak bandh

ଜିଲ୍ଲା ବିଜେପି ପକ୍ଷରୁ ଆଜି ସକାଳ ୬ଟାରୁ ଦିନ ୧୨ଟା ଯାଏଁ ଭଦ୍ରକରେ ୬ଘଣ୍ଟା ବନ୍ଦ ଡାକରା ଦିଆଯାଇଥିଲା । ବନ୍ଦ ପ୍ରଭାବ ଭଦ୍ରକ ସମେତ ଭଣ୍ଡାରୀ ପୋଖରୀରେ ଦେଖିବାକୁ ମିଳିଥିଲା । ଭଣ୍ଡାରୀ ପୋଖରୀରେ ପ୍ରସ୍ତାବିତ ବୟନଶିଳ୍ପ ପାଇଁ ରାଜ୍ୟ ସରକାର ଜାଗା ଯୋଗାଇବାରେ ବିଳମ୍ବ କରୁଥିବା ପ୍ରତିବାଦରେ ଜିଲ୍ଲା ବିଜେପି ପକ୍ଷରୁ ଭଦ୍ରକ ବନ୍ଦ ପାଳନ କରାଯାଇଥିଲା । ଭଦ୍ରକ ନିକଟରେ ୧୬ନଂ ଜାତୀୟ ରାଜପଥକୁ ଅବରୋଧ କରାଯିବା ସହ ଭଣ୍ଡାରୀପୋଖରୀ ଛକ ନିକଟରେ ରାସ୍ତାରୋକ କରାଯାଇଥିଲା । ଦୋକାନ ବଜାର, ଗାଡି ମୋଟରକୁ ଅଟକ ରଖିଥିଲେ ବନ୍ଦ କାରୀମାନେ। ଏହାସହ ମଞ୍ଜୁରୀ ରୋଡ ଷ୍ଟେସନ ଠାରେ ଯାଜପୁର ଲୋକାଲ, ଭଦ୍ରକ-ପାଲାସା ଟ୍ରେନକୁ ଅଟକ ରଖା ଯାଇଥିଲେ। ୬ଘଣ୍ଟିଆ ବନ୍ଦ ପାଳନ ଶେଷହେବା ପରେ ଏବେ ଜନଜୀବନ ସ୍ୱାଭାବିକ ହୋଇଛି । ସହରକୁ ବିଭିନ୍ନ ଅଞ୍ଚଳରୁ ଗାଡି ଚଳାଚଳ କରୁଛି ,ଦୋକାନ ବଜାର ଖୋଲିଛି ।

Previous ବିଧାୟକ ପଦ ଛାଡିଲେ ନବ
Next ରାଜ୍ୟରେ ବଢିବ ଶୀତ

No Comment

Leave a reply

Your email address will not be published. Required fields are marked *