ବିଜେଡ଼ି ଜାରିକାଲା ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

bjd announces candidates names

ବିଜୁ ଜନତା ଦଳ ପକ୍ଷରୁ ଆଜି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ଦଳର ସଭାପତି ନବୀନ ପଟ୍ଟନାୟକ ୯ଟି ଲୋକସଭା ଓ ୫୪ଟି ବିଧାନସଭା ଲାଗି ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ପ୍ରଥମ ଥର ଲାଗି ନବୀନ ଏଥର ଦୁଇଟି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଲଢ଼ିବେ। ଦକ୍ଷିଣ ଓଡ଼ିଶାର ହିଞ୍ଜିଳି ଓ ପଶ୍ଚିମ ଓଡ଼ିଶାର ବିଜେପୁର ସେ ନିର୍ବାଚନ ଲଢ଼ିବେ ବୋଲି ଏହି ପ୍ରାର୍ଥୀ ତାଲିକାରୁ ଜଣାପଡିଛି । ଚଳିତ ଥର ୯ଟି ଆସନରୁ ୮ଟିରେ ନୂତନ ପ୍ରାର୍ଥୀ ଦିଆଯାଇଛି। ଏଥି ମଧ୍ୟରେ ୩ ମହିଳା ପ୍ରାର୍ଥୀ ରହିଛନ୍ତି। ଏହି ତାଲିକାରେ ଅଭିନେତା ତଥା ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କ ନାଁ ନାହିଁ। ତାଙ୍କ ବଦଳରେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିବା ପୂର୍ବତନ ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ଏହି ଆସନରୁ ପ୍ରାର୍ଥୀ କରାଯାଇଛି। ସେହିପରି ମନ୍ତ୍ରୀ ରମେଶ ମାଝିଙ୍କୁ ନବରଙ୍ଗପୁର ଲୋକସଭା ଆସନ ପାଇଁ ଟିକେଟ୍ ଦିଆଯାଇଥିବା ବେଳେ କୋରାପୁଟରୁ କୌଶଲ୍ୟା ହିକକାଙ୍କୁ ପ୍ରାର୍ଥୀ କରାଯାଇଛି। କଳାହାଣ୍ଡି ଲୋକସଭା ଆସନରୁ ପୁଷ୍ପେନ୍ଦ୍ର ସିଂହଦେଓ ପ୍ରାର୍ଥୀ ହୋଇଥିବା ବେଳେ ବଲାଙ୍ଗିରରୁ କଳିକେଶ ନାରାୟଣ ସିଂଦେଓ, ବରଗଡ଼ରୁ ପ୍ରସନ୍ନ ଆଚାର୍ଯ୍ୟ, ଆସିକାରୁ ପ୍ରମିଳା ବିଷୋୟୀ ଓ ରାଜ୍ୟସଭା ସଂସଦ ଅଚ୍ୟୁତ ସାମନ୍ତ କନ୍ଧମାଳ ଲୋକସଭା ଆସନରୁ ଦଳୀୟ ପ୍ରାର୍ଥୀ ହୋଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା ଓ ଏହା ଅନ୍ତର୍ଗତ ୫୪ ଟି ବିଧାନସଭା ଆସନ ଲାଗି ଏପ୍ରିଲ୍‌ ୧୧ ତାରିଖ ଦିନ ଭୋଟ୍‌ ଗ୍ରହଣ କରାଯିବ। ମାର୍ଚ ୧୮ ତାରିଖରୁ ମାର୍ଚ ୨୫ ତାରିଖ ଯାଏଁ ଏହି ଆସନଗୁଡ଼ିକ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଚାଲୁ ରହିବ।

Previous ବିଜେଡି ଛାଡ଼ିଲେ ଗୁଣୁପୁର ବିଧାୟକ ତ୍ରିନାଥ ଗମାଙ୍ଗ
Next ପ୍ରମୋଦ ସାୱନ୍ତ ହେଲେ ଗୋଆ ମୁଖ୍ୟମନ୍ତ୍ରୀ

No Comment

Leave a reply

Your email address will not be published. Required fields are marked *