ବଦହଜମି ହେଉଥିଲେ …

bizarre home remedies

ବର୍ତ୍ତମାନ ସମୟରେ ବଦହଜମି ରୋଗର ଶିକାର ଅନେକ ବ୍ୟକ୍ତି ହେଉଛନ୍ତି । ଏହାର କାରଣ ଅନେକ ରହିଥିବା ବେଳେ , ରୋଗର ଭୋଗୁଥିବା ଲୋକ ନିତିଦିନିଆ ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହୁଅନ୍ତି । ଖାଦ୍ୟ ଖାଇବା ପରେ ସଠିକ ଭାବରେ ହଜମ ନହେଲେ ଖରାପ ହାକୁଡି ମଧ୍ୟ ହୋଇଥାଏ। ଏହି ସମସ୍ୟା ଦୂର କରିବା ପାଇଁ ଅନେକ ବ୍ୟକ୍ତି ବିଭିନ୍ନ ପ୍ରକାର ଔଷଧ ଖାଇଥାନ୍ତି। ଔଷଧ ସେବନ କରିବା ଦ୍ୱାର ତାର ପାଶ୍ୱପ୍ରତିକ୍ରିୟା ଅନ୍ୟ ରୋଗକୁ ଡାକିଆଣେ ଶରୀର ପାଇଁ କହିଲେ ଭୁଲ ହେବନାହିଁ । ହେଲେ ଆପଣ ଯଦି ବଦହଜମି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ କିଛିଟି ଘରୋଇ ଉପଚାର ମାଧ୍ୟମରେ ଏହି ସମସ୍ୟାକୁ ଦୂର କରିପାରିବେ। ତେବେ ଆସନ୍ତୁ ଜାଣିବା କଣ କରିବେ

-ଠିକ ସମୟରେ ଖାଆନ୍ତୁ: ସବୁବେଳେ ସଠିକ ସମୟରେ ଖାଦ୍ୟଗ୍ରହଣ କରିବା ଜରୁରୀ। ଏହି ସମୟରେ ପରିବର୍ତ୍ତନ କରିବା ଅନୁଚିତ। ଏହାସହିତ ଖାଇବା ସମୟରେ ଖାଦ୍ୟକୁ ଗିଲିକରି ନଖାଇ ଧୀରେ ଧୀରେ ଚୋବାଇ ଖାଆନ୍ତୁ। ରାତିରେ ଶୋଇବାର ୩ ରୁ ୪ ଘଣ୍ଟା ପୂର୍ବରୁ ଖାଇବା ଉଚିତ। ଏହାସହ ରାତିରେ ଗରିଷ୍ଠ ଖାଦ୍ୟ ବଦଳରେ ହାଲକା ଖାଦ୍ୟ ଖାଆନ୍ତୁ।
-ଫାଇବର ଯୁକ୍ତ ଖାଦ୍ୟ: ଖାଦ୍ୟ ହଜମ କରିବା ପାଇଁ ଫାଇବର ବହୁତ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ତେଣୁ ଫାଇବର ଯୁକ୍ତ ଖାଦ୍ୟ ଅଧିକା ଖାଆନ୍ତୁ। ଏହାଦ୍ଵାରା ଖାଦ୍ୟ ସହଜରେ ହଜମ ହୋଇଯିବ। ଖାଦ୍ୟରେ ଫାଇବରର ମାତ୍ରା କମ ରହିଲେ ହଜମ ପ୍ରକ୍ରିୟା ଜନିତ ରୋଗ ସୃଷ୍ଟି ହୋଇଥାଏ। ଏହା ସହ କୋଷ୍ଠକାଷ୍ଠିନ୍ୟ ସମସ୍ୟା ମଧ୍ୟ ଦେଖାଯାଇଥାଏ ।  -ଆବଶ୍ୟକ ପରିମାଣର ପାଣି ପିଅନ୍ତୁ : ଖାଦ୍ୟ ହଜମ ପାଇଁ ସବୁବେଳେ ଆବଶ୍ୟକୀୟ ପରିମାଣର ପାଣି ପିଇବା ଉଚିତ। ମହିଳାଙ୍କୁ ଗୋଟିଏ ଦିନରେ ୨ରୁ ୪ଲିଟର ପାଣି ଓ ପୁରୁଷଙ୍କୁ ୨ରୁ ୬ଲିଟର ପାଣି ପିଇବାର ଆବଶ୍ୟକତା ରହିଛି। ଶରୀରକୁ ଆବଶ୍ୟକ ପରିମାଣର ପାଣି ମିଳିଲେ ଖାଦ୍ୟ ହଜମ ହେବାରେ ସହଜ ହୋଇଥାଏ। ରାତିରେ ଶୋଇବା ଆଗରୁ ନଖ ଉଷୁମ ପାଣି ପିଇବା ଭଲ ।
-ଖଟାଫଳର ସେବନ: ଖାଦ୍ୟ ହଜମ ନହେବା ସମୟରେ ଖଟା ଖାଇବାକୁ ମନା କରାଯାଇଥାଏ। କିନ୍ତୁ ଏହା ଶରୀର ପାଇଁ ଉପାଦେୟ ଅଟେ। ଲେମ୍ବୁରସକୁ ଖାଦ୍ୟ ହଜମ କରିବା ପାଇଁ ବ୍ୟବହାର କରାଯାଇଥାଏ। ଏହି ଖଟା ଫଳ ଯଥା ଲେମ୍ବୁ ଓ କମଳା ଖାଇବା ଦ୍ଵାରା ଖାଦ୍ୟ ସହଜରେ ହଜମ ହୋଇଯାଇଥାଏ।

-ଏହାସହ ନିୟମିତ ଖାଦ୍ୟରେ ବା ଖାଇସାରିବା ପରେ ଅଳ୍ପ ଦହି ଖାନ୍ତୁ ବଦହଜମି ଦୂର ହୋଇଯିବ । କଞ୍ଚା ପାରିବ ଖାଦ୍ୟରେ ଅଧିକରୁ ଅଧିକ ବ୍ୟବହାର କରନ୍ତୁ ।

-ଏହାସହ ପ୍ରତିଦିନ ଜିରା, ବେଲପତ୍ର,ତୁଳସୀପତ୍ର ପ୍ରଭୃତି ଖଇବା ଭଲ ।

Previous ଶ୍ରୀମନ୍ଦିର ସଂସ୍କାର ମାମଲା ଶୁଣାଣି ମାର୍ଚ ୫ ଯାଏଁ ଘୁଞ୍ଚିଲା
Next ଆସନ୍ତା ୧୨ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା-ପବନ ସମ୍ଭାବନା

No Comment

Leave a reply

Your email address will not be published. Required fields are marked *