ଭୁବନେଶ୍ୱର ବିମାନବନ୍ଦରରେ ଇ-ଭିସା ସୁବିଧା

ଭୁବନେଶ୍ୱର ବିମାନବନ୍ଦରରେ ଇ-ଭିସା ସୁବିଧା

ଭୁବନେଶ୍ୱରରେ ଥିବା ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରକୁ ଇ-ଭିସା ସୁବିଧା ପ୍ରଦାନ କରାଯାଇଛି କେନ୍ଦ୍ରସରକାରଙ୍କ ପକ୍ଷରୁ । ଏହାଦ୍ୱାରା ବିଦେଶୀ ପର୍ଯ୍ୟଟକମାନଙ୍କୁ ସୁବିଧା ହେବା ସହ ସେମାନଙ୍କ ସଂଖ୍ୟା ରାଜ୍ୟରେ ବଢିବ ବୋଲି ଆଶା କରାଯାଇଛି । ଏନେଇ କେନ୍ଦ୍ର ସରକାର ୨୦୧୮ ଡ଼ିସେମ୍ବର ୩୧ ତାରିଖରେ ନୋଟିସ୍ ଜାରି କରିଥିବା ବେଳେ ଜାନୁୟାରୀ ୧୬ ତାରିଖରୁ ବିମାନ ବନ୍ଦରରେ ଇ-ଭିସା କାଉଣ୍ଟର କର୍ଯ୍ୟକାରୀ ହେଉଛି । ଇ-ଭିସା କାର୍ଯ୍ୟକାରୀ କରିବାରେ ଦେଶର ୨୭ ତମ ବିମାନ ବନ୍ଦର ହେଉଛି ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର । ଏହାଦ୍ୱାରା ଯାତ୍ରୀଙ୍କ ଭିସା ପାଇଁ କୌଣସି ଦୂତାବାସ ଯିବାକୁ ପଡ଼ିବ ନାହିଁ ସେମାନେ ସିଧାସଳଖ ଅନଲାଇନ ଭିସା ଆବେଦନ କରିପାରିବେ । ଏଠାରେ ସୂଚନା ଥାଉକି ଏହି ବିମାନବନ୍ଦରରୁ ଏୟାର ଇଣ୍ଡିଆ ଓ ଏୟାର ଏସିଆ ଆନ୍ତର୍ଜାତିକ ବିମାନ ସେବା ଯୋଗାଉଛନ୍ତି । ଏହି ଉଡ଼ାଣ ଭୁବନେଶ୍ୱରରୁ ବ୍ୟାକଂକ୍ ଓ କୁୱାଲାଲମପୁର ହେଉଛି ।

Previous ୧୦୦ କୋଟି କ୍ଳବରେ ‘ଉରି’
Next ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ

No Comment

Leave a reply

Your email address will not be published. Required fields are marked *