ସପ୍ତାହ ମଧ୍ୟରେ ୫୦୦୦ ନମୁନା ପରୀକ୍ଷା ହେବ

Bhubaneswar plans for 5000 sample test for COVID 19

କୋଭିଡ-୧୯ ପରିସ୍ଥିତିରେ ଭୁବନେଶ୍ୱର ସ୍ଥିତି ଅନୁଧ୍ୟାନ କରି ରାଜ୍ୟ ସରକାର ଭୁବନେଶ୍ୱରକୁ କରୋନା ମୁକ୍ତ କରିବା ଉପରେ ଗୁରୁତ୍ୱାରୋପ କରୁଛନ୍ତି ଏବଂ ଆଗାମୀ ସପ୍ତାହ ମଧ୍ୟରେ ୫୦୦୦ ନମୁନା ପରୀକ୍ଷା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହା ଫଳରେ ଭୁବନେଶ୍ୱର ସହରରେ ନମୁନା ପରୀକ୍ଷା ହାର ଦେଶର ଅନ୍ୟ ସହର ତୁଳନାରେ ସର୍ବାଧିକ ହେବ। ଏହି ଲକ୍ଷ୍ୟ ହାସଲ କରିବା ପାଇଁ ସରକାର କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିଛନ୍ତି। କେଉଁମାନଙ୍କର ନମୁନା ପରୀକ୍ଷା ହେବ ସେଥିପାଇଁ ଆଇସିଏମ୍ଆଇର ନିର୍ଦ୍ଦେଶନାମା ଅନୁସାରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସମ୍ବେଦନପ୍ରବଣ ବର୍ଗଙ୍କ ତାଲିକା ପ୍ରସ୍ତୁତ କରାଯାଇଛି।
– ଏଥିପାଇଁ ସମସ୍ତ ପ୍ରକାର ପ୍ରଶାସନିକ ପଦକ୍ଷେପ ଗ୍ରହଣ କରାଯାଇଛି। ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କୁ ଜୋନୱାରୀ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ଵ ଦିଆଯାଇଛି।
– ସ୍ବେଚ୍ଛାକୃତ ଭାବେ ନମୁନା ପରୀକ୍ଷଣ ପାଇଁ ଲୋକ ଆଗେଇ ଆସିବାକୁ ମୁଖ୍ୟ ଶାସନସଚିବ ଅସିତ୍ ତ୍ରିପାଠୀ ଅନୁରୋଧ କରିଛନ୍ତି।
– ଏଥି ପାଇଁ ସେ ନାଗରିକ କଲ୍ୟାଣ କମିଟି, ପୂଜା କମିଟି, ସାହିବସ୍ତିର ମୁଖିଆ ତଥା ନେତୃବୃନ୍ଦଙ୍କୁ ଏଥିରେ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି।
– ଏହି ନମୁନା ସଂଗ୍ରହଣ କାର୍ଯ୍ୟରେ ସହଯୋଗ ନକଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ।

Previous ସର୍ବନିମ୍ନ ସହାୟକ ମୂଲ୍ୟରେ ରବି ଫସଲ ବିକ୍ରି ପାଇଁ ବଜାର ସୁବିଧା
Next ସର୍ବସାଧରଣ ସ୍ଥାନରେ ଛେପ ପକାଇଲେ ଜରିମାନା

No Comment

Leave a reply

Your email address will not be published. Required fields are marked *