ବଜାର ଚାହିଦାକୁ ଚାହିଁ କଞ୍ଚାଲଙ୍କା ତୋଳନ୍ତୁ ଅବଶିଷ୍ଟ ଲଙ୍କାକୁ ବିଲରେ ପାଚିବା ପାଇଁ ଛାଡ଼ି ଦିଅନ୍ତୁ। ଗଛରେ ପାକଳ ଲଙ୍କା ଅମଳ କରି ଭଲଭାବେ ଶୁଖାନ୍ତୁ। ଲଙ୍କାର ଦୀର୍ଘସ୍ଥାୟୀ ସଂରକ୍ଷଣରୁ ମିଳିବ ଅଧିକ ରୋଜଗାର।
ଲଙ୍କାର ଦୀର୍ଘସ୍ଥାୟୀ ସଂରକ୍ଷଣ କରିବେ କିପରି?
– ଲଙ୍କା ଅମଳ ପରେ ୩-୪ ଦିନ ଏକାଠି ଛାଇରେ ରଖିଲେ ସେଗୁଡ଼ିକର ରଙ୍ଗ ଏକା ପ୍ରକାରର ହୋଇଥାଏ।
– ଏହା ପରେ ପୁଣି ୩-୪ ଦିନ ଖରାରେ ଶୁଖାଇ ଜଳୀୟ ଅଂଶ ୧୦% କମିବା ପରେ ବସ୍ତରେ ପୁରାଇ କାନ୍ଥ ଓ ଭୂଇଁରୁ ଟିକିଏ ଛଡାଇ ରଖନ୍ତୁ।
– ଶୁଖିଲା ଲଙ୍କାର ରଙ୍ଗ ରହିବା ପାଇଁ ଯତ୍ନ ନିଅନ୍ତୁ।
ଲଙ୍କାର ରଙ୍ଗ ଠିକ୍ ରଖି ଅଧିକ ବିକ୍ରିଯୋଗ୍ୟ କରିବେ କିପରି?
ପ୍ରତି ଏକ କ୍ଵିଣ୍ଟାଲ ଲଙ୍କାକୁ
୨୫ ଲିଟର ପାଣି
୬୨୫ ଗ୍ରାମ ପଟାସିୟମ୍ କର୍ବୋନେଟ୍
୨୫୦ ମିଲି ରିଫାଇନ ବାଦାମ ତେଲ
୨୫ ଗ୍ରାମ ବାବୁଲ ଅଠା
୦.୨୫ ଗ୍ରାମ ବ୍ୟୁଟିଲେଟେଡ୍ ହାଇଡ୍ରୋକ୍ଲି ଅାନିସଲରେ ମିଶାଇ ୫ ମିନିଟ୍ ପାଣିରେ ବୁଡାଇ ରଖନ୍ତୁ। ଏହାପରେ। ପାଣି ନିଗାଡି ପବନ ଚଳ ପ୍ରଚଳ ଓ ପରିଷ୍କାର ସ୍ଥାନରେ ରଖନ୍ତୁ।
ଲଙ୍କା ଫସଲରୁ ଲାଭ ମିଳିବାର ଉପାୟ
Best practices for storage of dry chilly

No Comment