ଖାଦ୍ୟରେ ବା ମସଲା ପ୍ରସ୍ତୁତିରେ ଆମେ ସାଧାରଣତଃ ଅଦା ବ୍ୟବହାର ହୋଇଥାଏ । କେତେକ ଔଷଧ ପ୍ରସ୍ତୁତିରେ ମଧ୍ୟ ଏହାର ବ୍ୟବହାର ହେଉଛି । ହେଲେ ଆପଣ ଜାଣନ୍ତିକି ସୌନ୍ଦର୍ଯ୍ୟ ଉପଚାର ପାଇଁ ମଧ୍ୟ ଏହା ବେଶ୍ ଉପକାରୀ ହୋଇଥାଏ । ତ୍ୱଚା ଓ କେଶର ଅନେକ ସମସ୍ୟା ଅଦା ଭଲ କରିଦିଏ । ଏବେ ଚାଲନ୍ତୁ ଜାଣିବା ସେ ବିଷୟରେ କିଛି ।
- ଅଦା ଏଣ୍ଟିଅକ୍ସିଡେଣ୍ଟ୍ ଯୁକ୍ତ ହୋଇଥିବାରୁ ଉଭୟ ତ୍ୱଚା ଓ କେଶ ପାଇଁ ଉପକାରୀ ହୋଇଥାଏ । ତିନି ଚାମଚ ଅଦା ରସରେ ଏକ ଚାମଚ ମହୁ ମିଶାଇ ତୁଳା ଦ୍ୱାରା ମୁହଁରେ ଲଗାନ୍ତୁ । ଅଧ ଘଣ୍ଟା ପରେ ଥଣ୍ଡା ପାଣିରେ ଧୁଅନ୍ତୁ । କଳା ଦାଗ ଲିଭିବା ସହ ତ୍ୱଚାରେ ଚମକ ବଢ଼ିବ ।
- ଦୁଇ ଚାମଚ ଗୋଲାପ ଜଳରେ ଏକ ଚାମଚ ଅଦା ରସ ଓ ମହୁ ଫେଣ୍ଟି ମୁହଁ, ବେକରେ ଲଗାନ୍ତୁ । କିଛି ସମୟ ରଖିବା ପରେ ଥଣ୍ଡା ପାଣିରେ ଭଲ ଭାବରେ ଧୋଇଦିଅନ୍ତୁ । ଆପଣ ଏହି ମିଶ୍ରଣକୁ ଦେହରେ ମଧ୍ୟ ଲଗାଇ ପାରିବେ। ଏହା ଦ୍ୱାରା ଶରୀର ଥଣ୍ଡା ରହିବା ସହ ଘିମିରି ସମସ୍ୟା ହେବ ନାହିଁ । ଖରାଦିନ ପାଇଁ ଏହା ବେଶି ଦରକାରୀ ହେବ ।
- ଅଳ୍ପ ପାଣିରେ ଦୁଇ ଚାମଚ ଅଲିଭି ତେଲ, କିଛି ଗୋଲାପ ପାଖୁଡ଼ା ଓ ଖଣ୍ଡେ ଅଦା ପକାଇ ପାଦ ବୁଡ଼ାଇରଖନ୍ତୁ । ଗୋଇଠି ଦାଗ ଲିଭିଯିବ । ଜୋଜୋବା ତେଲରେ ଅଳ୍ପ ଅଦା ରସ ମିଶାଇ କେଶ ମୂଳରେ ଘଷନ୍ତୁ । ରୁପି ସମସ୍ୟା ଥିଲେ ଭଲ ହୋଇଯିବ। ଏହା ସହ ଚୁଟି ଉପୁଡିବା ମଧ୍ୟ କମିଯିବ ।
- ଅଦା ଖାଇବା ଦ୍ୱାରା ଶରୀରେ ରକ୍ତ ପରିସ୍କାର ରହିବା ସହ ମୁଖବ୍ରଣ ଦୂର ହୋଇଥାଏ ।ସେହିଭଳି ଓଜନ କମ୍ କରିବାକୁ ଚାହୁଁଥିଲେ କିମ୍ବା ନିୟନ୍ତ୍ରଣରେ ରଖିବାକୁ ଚାହୁଁଥିଲେ, ନିୟମିତ ଅଦାର ଖାଇବା ଭଲ।
No Comment