ଘରେ ରଖନ୍ତୁ କର୍ପୁର-ଫିଟିକିରି

Benefits of camphor and alum stone

ପ୍ରାୟ ସମସ୍ତଙ୍କ ଘରେ ପୂଜାପର୍ବ ହେଉ କି ଖଦ୍ୟପେୟ ଅବା ଦେଶୀ ଉପଚାର ପାଇଁ ହେଉ କର୍ପୁର ଓ ଫିଟିକିରି ବ୍ୟବହାର ହୋଇଥାଏ । କେବଳ ସେତିକି ନୁହେଁ ଏଗୁଡ଼ିକର ବ୍ୟବହାର ଦ୍ୱାରା ନିତିଦିନିଆ ଜୀବନରେ ଦେଖାଯାଉଥିବା ଅନେକ ସମସ୍ୟା ଲୋପ ହୋଇ ପାରେ ବୋଲି ବାସ୍ତୁରେ ବିଶ୍ୱାସ କରାଯାଏ । ଏହାବ୍ୟତୀତ କର୍ପୁର ବାୟୁକୁ ସୁଦ୍ଧ କରିବା ସହ କ୍ଷତିକାରକ ଭୂତାଣୁ ମାରିବାରେ ସକ୍ଷମ ହୋଇଥାଏ ବୋଲି ବୈଜ୍ଞାନିକମାନେ ମତ ଦିଅନ୍ତୁ । ତେଣୁ ଉଭୟ ବାସ୍ତୁବାଦି ଓ ବୈଜ୍ଞାନିକଙ୍କ ମତ ଅନୁଯାୟୀ ଘରେ କର୍ପୁର ଓ ଫିଟିକିରିର ବ୍ୟବହାର ଲାଭଦାୟକ ହୋଇଥାଏ । ତେବେ କିପରି ଏହାକୁ ବ୍ୟବହାର କକରିବେ ଓ କଣ ଲାଭ ମିଳେ ସେ ବିଷୟରେ ଜାଣନ୍ତୁ…
– ଯଦି ସବୁଦିନ ରାତିରେ ଖରାପ ସ୍ୱପ୍ନ ଦେଖୁଛନ୍ତି ବା ନିଦରେ ସୋଇବା ସମୟରେ ଚମକୁଛନ୍ତି ତେବେ ଏକ କଳା କନାରେ ଫିଟିକିରି ବାନ୍ଧି ବିଛଣା ତଳେ ରଖନ୍ତୁ । ଏହାଦ୍ୱାରା ଖରାପ ସ୍ୱପ୍ନ ଓ ନିଦରେ ଚମ୍‌କିବା ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ । ଛୋଟ ପିଲାଙ୍କ ପାଇଁ ଏହି ଉପାୟ ବେଶି ଉପଯୋଗୀ ହୋଇଥାଏ ବୋଲି ବାସ୍ତୁବାଦି କୁହନ୍ତି ।
– ବ୍ୟବସାୟ କରୁଥିଲେ, ଦୋକାନର ମୁଖ୍ୟ ଦ୍ୱାରରେ ଏକ କଳା କନାରେ ଫିଟିକିରି ବାନ୍ଧି ଓହଳାଇ ଦିଅନ୍ତୁ । ଏହାଦ୍ୱାରା ବ୍ୟବସାୟରେ ଲାଭ ମିଳିଥାଏ ।
– ଘର ଆଖପାଖରେ ଯଦି ଶ୍ମଶାନ ରହିଛି ବା ବହୁଦିନ ହେଲା କାହାର ଘର ବନ୍ଦହୋଇ ରହିଛି ତେବେ ଦ୍ୱାର ଆଗରେ ଗୋଟିଏ କାଚ ପାତ୍ରରେ କିଛି ଫିଟିକିରି ରଖନ୍ତୁ । ଏହାଦ୍ୱାରା ଘରକୁ ନକରାତ୍ମକ ଶକ୍ତି ପ୍ରବେଶ କରିପାରିନଥାଏ । ଏହାସହ ଘରର ଅନ୍ୟାନ ବାସ୍ତୁ ଦୋଷ ଦୂର ହୋଇଥାଏ । ପ୍ରତି ସପ୍ତାହରେ ଫିଟିକିରିକୁ ବଦଳାନ୍ତୁ ।
– ଛୋଟ ପିଲାକୁ ଦୃଷ୍ଟି ଲାଗିଥିଲେ, ତାକୁ ବିଛଣାରେ ସିଧା କରି ଶୁଆଇବା ସହ ଫିଟିକିରି ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ବୁଲାନ୍ତୁ । ଏଭଳି କରିବା ଦ୍ୱାରା ନଜର ଦୋଷ ଦୂର ହୋଇଥାଏ।
– ସକାଳେ ଓ ସନ୍ଧ୍ୟାରେ ପୂଜା କରିବା ସମୟରେ ଘିଅରେ କର୍ପୁର ମିଶାଇ ଜଳାନ୍ତୁ ଓ ତାର ଧୂଆଁକୁ ଘରସାରା ଖେଲେଇ ହେବାକୁ ଦିଅନ୍ତୁ ଏହାଦ୍ୱାରା ଘରେ ଶାନ୍ତିର ବାତାବରଣ ରହିବା ସହ ରୋଗ ବ୍ୟାଧି ମଧ୍ୟ ହୋଇ ନଥାଏ ବୋଲି ବାସ୍ତୁ ବିଶେଷଜ୍ଞ ମତ ଦିଅନ୍ତି । କର୍ପୁର ଧୂଆଁରେ ବାୟୁ ସୁଧ ହେବା ସହ ଘରରେ ରହିଥିବା ରୋଗସୃଷ୍ଟି ବା କ୍ଷତିକାରକ ଅଣୁଜୀବ, ଭୂତାଣୁ ମରିଥାନ୍ତି ।
– ଯଦି ବିବାହରେ ବିଳମ୍ବ ହେଉଛି ବା କିଛି ସମସ୍ୟା ଉପୁଜୁଛି ତେବେ ୩୬ଟି ଲବଙ୍ଗ ଓ ୬ଟି କର୍ପୁର ନେଇ ସେଥିରେ ହଳଦୀ ଓ ଅରୁଆଚାଉଳ ମିଶାଇ ଦୁର୍ଗାଙ୍କୁ ଆହୁତି ଦିଅନ୍ତୁ । ଏହାଦ୍ୱାରା ବିବାହ ସମସ୍ୟା ସମାଧାନ ହୋଇଯିବ।
-ଗାଧୋଇବା ସମୟରେ ପାଣିରେ ଦୁଇ ଟୋପା କର୍ପୁର ତେଲ ମିଶାଇ ଲଗାନ୍ତୁ ଏହାଦ୍ୱାରା ଶରୀରରୁ ନକରାତ୍ମ ଉର୍ଜା ଦୂର ହେବା ସହ ସବୁଦିନ ଚିନ୍ତାରେ ରହୁଥିବା ବ୍ୟକ୍ତିଙ୍କ ଚିନ୍ତା ଦୂର ହୋଇ ପାରିବ ।
– ରାତିରେ ହନୁମାନ ଚାଳିଶିଆ ପାଠ କରିବା ପରେ ଦୁଇଟି କର୍ପୁର ଜଳାନ୍ତୁ ଏହାଦ୍ୱାରା ରାଗ ଶାନ୍ତ ହେବା ସହ ଆକସ୍ମିକ ଦୁର୍ଘଟଣା ଘଟିବାର ଆଶଙ୍କା କମିଥାଏ ।
– ଘରର ବାସ୍ତୁ ଦୋଷ ଥିଲେ ସେହି କୋଠରିରେ ଦୁଇଟି କର୍ପୁର ରଖିନ୍ତୁ । ଏହ ଲଗାତର ଭାବେ କରନ୍ତୁ ।

Previous ସମନ୍ୱୟ ଚାଷର ସୁଫଳ, ୩୦ ଡ଼ିସିମିଲ ରୁ ୬ଏକର
Next ରାଜ୍ୟରେ ପ୍ରଥମ କରୋନା ରୋଗୀ ଚିହ୍ନଟ

No Comment

Leave a reply

Your email address will not be published. Required fields are marked *