ସୁନ୍ଦର ତ୍ୱଚା ପାଇଁ ପାନ ପତ୍ର

benefits of betel leaves for skin

ପାନ ପତ୍ରକୁ ସାଧାରଣତଃ ଖାଦ୍ୟ ଭାବେ ବା ହିନ୍ଦୁ ଘରମାନଙ୍କରେ ପୂଜାର୍ଚନାରେ ଲାଗିଥାଏ । ହେଲେ ଏହା ତ୍ୱଚା ପାଇଁ କେତେ ଉପକାରୀ ଜାଣିବା ପରେ ଆପଣମାନେ ଘରକୁ ପାନ ଆଣିବା ପାଇଁ ଆଗ୍ରହି ହେବେ ନିଶ୍ଚୟ ।
• ୩ରୁ୪ଟି ପାନପତ୍ରକୁ ଅଳ୍ପ ପାଣି ଦେଇ କିଛି ସମୟ ଶିଝେଇବା ପରେ ଭଲଭାବରେ ବାଟି ଦିିଅନ୍ତୁ । ଏବେ ସେହି ବଟା ପାନପତ୍ରକୁ ମୁହଁରେ ଓ ବେକରେ ଲଗାନ୍ତୁ । ଯଦି ଏଥିରେ ଅଳ୍ପ କିଛି ବେସନ ମିଶାଇ ଲଗାଇବେ ତେବେ ଅଧିକ ଲାଭଦାୟକ ହୋଇଥାଏ । ୧୫ ମିନିଟ ଏହାକୁ ରଖିବା ପରେ ମୁହଁକୁ ଥଣ୍ଡାପାଣିରେ ଭଲଭାବରେ ଧୋଇଦିଅନ୍ତୁ ଦେଖିବେ ତ୍ୱଚା ଉଜ୍ୱଳ ଦେଖାଯିବ । ଏହି ଭଳି ସପ୍ତାହରେ ୨ରୁ୩ ଥର କରିବା ଦ୍ୱାରା ତ୍ୱଚାର ରଙ୍ଗ ତୋଫା ହୋଇଥାଏ ।
• ସେହିଭଳି ଚେହେରାରୁ ବ୍ରଣ ଓ ଦାଗ ଦୂରକରିବାରେ ପାନପତ୍ର ସହାୟ ହୋଇଥାଏ । କିଛି ପାନପତ୍ରରେ ହଳଦୀ ମିଶାଇ ଭଲଭାବରେ ବାଟି ଦିଅନ୍ତୁ ଓ ତାହାକୁ ଚେହେରାରେ ହୋଇଥିବା ଦାଗ ଉପରେ ଲଗାନ୍ତୁ । ୧୦ରୁ ୧୫ ମିନିଟି ରଖିବା ପରେ ଥଣ୍ଡା ପାଣିରେ ମୁହଁକୁ ଧୋଇଦିଅନ୍ତୁ । ୨ରୁ୩ ଥର ଏହିଭଳି କରିବା ଦ୍ୱାରା ସମ୍ପୂର୍ଣ୍ଣ ଦାଗ ଭଲ ହୋଇଯିବ ।
• କେବଳ ଗୋରା ସୁନ୍ଦର ତ୍ୱଚା ପାଇଁ ନୁହେଁ ଶରୀରରୁ ଝାଳ ଦୂର୍ଗନ୍ଧ ଦୂରକରିବାରେ ସହାୟ ହୋଇଥାଏ । କେତୋଟି ପାନପତ୍ର ନିଅନ୍ତୁ ତାକୁ ଭଲଭାବରେ ବାଟି ସେଥିରେ କିଛି ନଡ଼ିଆ ବା ଅଲିଭ ତେଲ ମିଶାଇ ପୁରା ଶରୀରରେ ଲଗାନ୍ତୁ ଦେଖିବେ ଛାଳ ଗନ୍ଧ ସମସ୍ୟା ରହିବ ନାହିଁ ।
• ପ୍ରାକୃତିକ ମାଉଥ ଫ୍ରେସନର ଭାବେ ମଧ୍ୟ ଏହାକୁ ବ୍ୟବହାର କରିପାରିବେ । କିଛି ପାନପତ୍ରକୁ ପାଣି ମିଶାଇ ଭଲଭାବରେ ଫୁଟାଇ ଦିଅନ୍ତୁ । ସେଥିରେ ଅଳ୍ପ କିଛି ଗୁଜୁରାତି ପକାଇଲେ ବି ଭଲ ହେବ । ସେହି ପାଣି ଥଣ୍ଡା ହେବା ପରେ ବୋତଲରେ ରଖି ଖାଦ୍ୟ ଖାଇସାରି ସେଥିରେ କୁଳି କରନ୍ତୁ । ମୁଖ ଦୁର୍ଗନ୍ଧ ଦୂର ହୋଇଯିବ ।

Previous ବିବାଦୀୟ ମନ୍ତବ୍ୟ ଦେଇ 'ଦ କପିଲ ଶର୍ମା ଶୋ'ରୁ ବିଦାହେଲେ ସିଦ୍ଧୁ
Next ପୁଲୱାମା ଆତଙ୍କବାଦୀ ଆକ୍ରମଣ: ପ୍ରଥମ ପ୍ରତିଶୋଧ ନେଲା ସେନା, ଏନ୍‌କାଉଣ୍ଟରରେ ସମ୍ପୃକ୍ତ ଦୁଇ ଆତଙ୍କବାଦୀଙ୍କୁ ନିପାତ

No Comment

Leave a reply

Your email address will not be published. Required fields are marked *