କେଉଁ ରାଜ୍ୟରେ କେତେ ଭିକାରି? ଟପ୍ 10ରେ ଓଡ଼ିଶାର ସ୍ଥାନ କେତେ?

Beggars in India

ଭାରତର ବିଭିନ୍ନ ରାଜ୍ୟରେ ଭିକାରି ଥିବା ବେଳେ ସୂଚନା ଅନୁସାରେ, ଦେଶରେ ମୋଟ 4,13,670ଜଣ ଭିକାରି ଅଛନ୍ତି । ସେମାନଙ୍କ ମଧ୍ୟରୁ 2,21,673 ପୁରୁଷ ଓ 1,91,997 ଜଣ ମହିଳା ଭିକାରି । ସେମାନଙ୍କ ସଂଖ୍ୟା ଅନୁସାରେ ତାଲିକାର ଶୀର୍ଷରେ ରହିଛି ପଶ୍ଚିମବଙ୍ଗ । 2011 ଜନଗଣନା ଅନୁସାରେ ସେଠାରେ 81,244 ଜଣ ଭିକ୍ଷାବୃତ୍ତି କରନ୍ତି । ସେଠାରେ ପୁରୁଷଙ୍କ ତଳନାରେ ମହିଳା ଭିକାରିଙ୍କ ସଂଖ୍ୟା ଅଧିକ । ପଶ୍ଚିମ ବଙ୍ଗରେ 33,086 ପୁରୁଷ ଭିକାରି ଥିବା ବେଳେ 48,158 ମହିଳା ଭିକ୍ଷାବୃତ୍ତି କରନ୍ତି । ତାଲିକାର ଦ୍ୱିତୀୟରେ ଉତ୍ତର ପ୍ରଦେଶ ଓ ତୃତୀୟ ସ୍ଥାନରେ ରହିଛି ଆନ୍ଧ୍ରପ୍ରଦେଶ । ଏହି ତାଲିକାର ଟପ୍ 10 ତାଲିକାରେ ଓଡ଼ିଶାର ସ୍ଥାନ ଅଷ୍ଟମ । ଓଡ଼ିଶାରେ ପୁରୁଷ ଓ ମହିଳା ଭିକାରିଙ୍କ ସଂଖ୍ୟା ମିଶି 17,965 । ଟପ୍ 10ର ଦଶମ ସ୍ଥାନରେ ରହିଛି ଝାଡ଼ଖଣ୍ଡ । ତେବେ ଦେଖନ୍ତୁ ଭିକାରି ସଂଖ୍ୟା ଅନୁସାରେ ଦେଶର ଟପ୍ 10 ରାଜ୍ୟଙ୍କ ତାଲିକା:

ରାଜ୍ୟ

ପଶ୍ଚିମବଙ୍ଗ

ଉତ୍ତରପ୍ରଦେଶ

ଆନ୍ଧ୍ରପ୍ରଦେଶ

ବିହାର

ମଧ୍ୟପ୍ରଦେଶ

ରାଜସ୍ଥାନ

ଆସାମ

ଓଡ଼ିଶା

ଗୁଜରାଟ

ଝାଡ଼ଖଣ୍ଡ

ମୋଟ ଭିକାରି

81244

65835

30218

29723

28695

25853

22116

17965

13445

10819

ପୁରୁଷ

33086

41859

16264

14842

17506

15271

7269

9981

8549

5522

ମହିଳା

48158

23976

13954

14881

11189

10582

14847

7984

4896

5297

Previous କଦଳୀ ଚାଷରୁ ଲକ୍ଷପତି
Next ଚଳିତ ବର୍ଷ ଇଡକୋ ପ୍ରଦର୍ଶନୀ ପଡିଆରେ ଆଦିବାସୀ ମେଳା

No Comment

Leave a reply

Your email address will not be published. Required fields are marked *