ପାକିସ୍ତାନକୁ ଶାସ୍ତି ଦାବିରେ ୧୮ରେ ଭାରତୀୟ ବ୍ୟବସାୟୀ ସଂଘର ବନ୍ଦ ଡାକରା

bandh call in 18th february

ପୁଲୱାମାରେ ଆତଙ୍କବାଦୀଙ୍କ ଆକ୍ରମଣ ୪୪ ଜଣ ସିଆର୍‌ପିଏଫ୍ ଯବାନ ସହିଦ ହୋଇଥିବା ବେଳେ ଏହାକୁ ନେଇ ଲୋକଙ୍କ ମଧ୍ୟରେ ପାକିସ୍ତାନ ବିରୋଧରେ ଆକ୍ରୋଶ ବୃଦ୍ଧି ପାଉଛି। ଅନ୍ୟପକ୍ଷରେ ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଆଜି ନୂଆଦିଲ୍ଲୀର ସଂସଦ ଭବନରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଦେଶର ସମସ୍ତ ନାଗରିକ ଏ ଘଟଣା ପାଇଁ ପାକିସ୍ତାନକୁ କଡ଼ା ଜବାବ ଦେବାକୁ ଦାବି କରୁଛନ୍ତି। ଏଥିରେ ଦେଶର ବ୍ୟବସାୟୀମାନେ ବି ସାମିଲ ହୋଇଛନ୍ତି।ଏହି ଆକ୍ରମଣ ପ୍ରତିବାଦରେ ଭାରତୀୟ ବ୍ୟବସାୟୀ ସଂଘ ପକ୍ଷରୁ ଫେବୃଆରୀ ୧୮ ତାରିଖରେ ବନ୍ଦ ଡାକରା ଦିଆଯାଇଛି। ସେଦିନ ଦେଶର ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରଖିବାକୁ ସଂଘ ଆହ୍ୱାନ ଦେଇଛି। ବନ୍ଦ ଜରିଆରେ ସଂଘ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଚାହୁଁଛି। ଏହା ସହିତ ଆତଙ୍କବାଦୀଙ୍କୁ ପ୍ରୋତ୍ସାହିତ କରୁଥିବା ପାକିସ୍ତାନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂଘ ଦାବି କରିଛି। ଗତକାଲି ଦେଶର ବିଭିନ୍ନ ସ୍ଥାନରେ ପାକିସ୍ତାନକୁ ଶାସ୍ତି ଦେବା ନେଇ ଆନ୍ଦୋଳନ ମୁଣ୍ଡ ଟେକିଥିବା ବେଳେ ସାରା ଦେଶରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଏଠାରେ ସୂଚନା ଥାଉ କି ଦେଶ ସ୍ୱାଧୀନ ହେବାପରଠୁ ଏହା ସବୁଠାରୁ ବଡ ଆତଙ୍କବାଦୀଙ୍କ ଆକ୍ରମଣ ଥିଲା ।

Previous ପାକିସ୍ତାନକୁ ଦୃଢ଼ ଜବାବ ଦେବା ପାଇଁ ସର୍ବଦଳୀୟ ବୈଠକ
Next ବିବାଦୀୟ ମନ୍ତବ୍ୟ ଦେଇ 'ଦ କପିଲ ଶର୍ମା ଶୋ'ରୁ ବିଦାହେଲେ ସିଦ୍ଧୁ

No Comment

Leave a reply

Your email address will not be published. Required fields are marked *