ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ବଳଭଦ୍ର ମାଝୀ

Balbhadra majhi resigns from bjd

ନିର୍ବାଚନ ଯେତିକି ପାଖେଇ ଆସୁଛି ନେତାଙ୍କ ଦଲବଦଳ ଓ ଇସ୍ତଫା ସବୁ ଦଳରେ ସେତିକି ବଢୁଛି । କିଛିଦିନ ତଳେ ଢେଙ୍କାନାଳ ସାଂସଦ ତଥାଗତ ଶତପଥୀ ନିର୍ବାଚନ ଲଢ଼ିବେ ନାହିଁ ବୋଲି ସ୍ପଷ୍ଟ କରିବା ପରେ ଆଜି ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ଆସିଥିଲେ ,ମାତ୍ର ତାଙ୍କ ସହ ଦେଖା ହୋଇ ପାରି ନଥିଲା। ଏହାପରେ ସାଂସଦ ବଳଭଦ୍ର ମାଝି ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବଙ୍କୁ ଭେଟି ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ଜଣାପଡିଛି । ସେ କହିଛନ୍ତି ଯେ ଦଳ ତାଙ୍କୁ ଅଣଦେଖା କରୁଥିବାରୁ ସେ ବିଜେଡିରୁ ଇସ୍ତଫା ଦେଲେ । କିଛି ଲୋକ ନବୀନ ପଟ୍ଟନାୟକଙ୍କୁ ବିଭ୍ରାନ୍ତ କରୁଛନ୍ତି। ଗତଥର ଅପେକ୍ଷା ଏଥର ମୁଁ ପ୍ରତାରିତ ହେଲା ଭଳି ଅନୁଭବ କରୁଛି । ସେ ଆହୁରି କହିଛନ୍ତି ଯେ, ଏବେ ଦଳରେ ମୋର କିଛି ଆବଶ୍ୟକତା ନଥିବା ଭଳି ଲାଗୁଛି। ନବୀନ ପଟ୍ଟନାୟକଙ୍କ ବିରୋଧରେ ମୋର କିଛି ଅଭିଯୋଗ ନାହିଁ। କିନ୍ତୁ ଏଭଳି ସ୍ଥିତିରେ ଆଉ ପାର୍ଟିରେ ରହିବାକୁ ଚାହୁଁନି ବୋଲି ସେ କହିଛନ୍ତି। ତେବେ ବଳଭଦ୍ର କେଉଁ ଦଳକୁ ଯିବେ ତାହା ଏଯାଏଁ ସ୍ପଷ୍ଟ କରିନାହାନ୍ତି ।

 

Previous ଆଜିଠୁ ତାତିରୁ ମିଳିବ ଅଶ୍ଵସ୍ତି
Next ବିଜେଡି ଇସ୍ତାହାର କମିଟି ଘୋଷଣା କଲେ ନବୀନ

No Comment

Leave a reply

Your email address will not be published. Required fields are marked *