ମଙ୍ଗଳବାର ବିଜେଡିରୁ ଇସ୍ତଫା ଦେଇଥିବା ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି ଆଜି ବିଜେପିରେ ଯୋଗ ଦେଇଛନ୍ତି। ନୂଆଦିଲ୍ଲୀରେ ବିଧିବଦ୍ଧ ଭାବେ ବଳଭଦ୍ର ବିଜେପିରେ ମିଶିଛନ୍ତି। ବିଜେପିରେ ଯୋଗ ଦେଇ ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟଶୈଳୀରେ ପ୍ରଭାବିତ ହୋଇ ସେ ବିଜେପିକୁ ଆସିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ବିଜେପି ଏକ ଜାତୀୟ ଦଳ ହୋଇଥିବାରୁ ଜନସାଧାରଣଙ୍କ ସେବା କରିବା ପାଇଁ ତାଙ୍କୁ ଅଧିକ ସୁଯୋଗ ମିଳିବ। ନବରଙ୍ଗପୁର ଜିଲ୍ଲା ପାଇଁ କିଛି କରିବା ଲକ୍ଷ୍ୟରେ ରାଜନୀତିକୁ ଆସିଥିଲି। ବିଜେଡିରେ ଜିଲ୍ଲା ଓ ରାଜ୍ୟସ୍ତରରେ ମୋତେ ବହୁତ ଅଣଦେଖା ଗରାଗଲା। ଟିକେଟ୍ ନେଇ ଜଣେ ସାଂସଦ ଭାବେ ମୋତେ ପଚାରିଲେ ନାହିଁ। ସେଠି ମୋର ଆବଶ୍ୟକତା ନଥିବା ମୁଁ ଅନୁଭବ କଲି। ଏଭଳି ସ୍ଥିତିରେ ମୁଁ ସେ ଦଳରେ ରହିବାକୁ ଚାହିଁଲିନି। ଆଜି ବିଜେପି ମୁଖ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ , ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ଓ ରାଜ୍ୟ ପ୍ରଭାରୀ ଅରୁଣ ସିଂଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି ବଳଭଦ୍ର ।
ଫୁଲ ଧରିଲେ ବଳଭଦ୍ର ମାଝି
balabhadra majhi join bjp

No Comment