ପରଦାକୁ ଆସିଲା ‘ବଦ୍‌ଲା’

amitabh bachchan and taapsee pannu movie badla

ଆଜି ପରଦାକୁ ଆସିଛି ମହାନାୟକ ଅମିତାଭ ବଚ୍ଚନ ଓ ତାପସୀ ପାନୁଙ୍କ ଅଭିନୀତ ଚଳଚ୍ଚିତ୍ର ‘ବଦ୍‌ଲା’। ଫିଲ୍ମଟି ଏକ ସସ୍ପେନ୍ସ ଥ୍ରୀଲର। ଏକ ଝିଅ ମୃତ୍ୟୁକୁ ନେଇ କୋର୍ଟ ମାମଲା ଚାଲୁଥିବା ବେଳେ ଓକିଲ ଭୂମିକାରେ ନଜର ଆସିଛନ୍ତି ଅଭିତାଭ ବଚ୍ଚନ। କିପରି ଭାବେ ଜଣେ ନିରୀହ ଝିଅର ମୃତ୍ୟୁର ପ୍ରତିଶୋଧ ପୂରା ହୋଇଛି ତାହା ଚଳଚ୍ଚିତ୍ରଟି ଦେଖିବା ପରେ ଜଣାପଡ଼ିବ। ସିନେମାଟିକୁ ଦର୍ଶକ ପ୍ରଶଂସା ସାଉଁଟିଥିବା ବେଳେ ବି-ଟାଉନର କଳାକାର ମଧ୍ୟ ବେଶ ପସନ୍ଦ କରିଛନ୍ତି । ଫିଲ୍ମର ନିର୍ଦେଶନା ‘କାହାଣୀ’ ଓ ‘କାହାଣୀ-୨’ର ନିର୍ଦେଶକ ସୁଜାୟ ଘୋଷ ଦେଇଛନ୍ତି । ଏହା ପୂର୍ବରୁ ଅମିତାଭ ବଚ୍ଚନ ଓ ତାପସୀ ପାନୁଙ୍କୁ ‘ପିଙ୍କ’ ଫିଲ୍ମରେ ଏକାଠି ଦେଖିବାକୁ ମିଳିଥିଲା ।

Previous ଦିନିକିଆ ଓଡ଼ିଶା ଗସ୍ତରେ ରାହୁଲ ଗାନ୍ଧୀ
Next ବିଜେଡିରେ ମିଶିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା

No Comment

Leave a reply

Your email address will not be published. Required fields are marked *