ଗତକାଲି ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଯୋଗୁଁ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ବାତିଲ ହୋଇଛି ବୋଲି ସୂଚନା ରହିଛି । ଆଜି ସମ୍ବଲପୁର ଗସ୍ତରେ ଆସିଥାନ୍ତେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ସମ୍ବଲପୁର ଧନକଉଡା ପଡିଆରେ ଆୟୋଜିତ ବିଜେପି ଦଳୀୟ କାର୍ଯ୍ୟକ୍ରମରେ କର୍ମୀମାନଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ଥିଲା । ୪ଟି ଲୋକସଭା ଆସନର ବୁଥ ଲେବଲ୍ କାର୍ଯ୍ୟକର୍ତାଙ୍କ ଠାରୁ ଆରମ୍ଭକରି ସମସ୍ତ ପଦାଧୀକାରୀଙ୍କ ସହ ଶାହା ସିଧାସଳଖ କଥା ହୋଇଥାଆନ୍ତେ । ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତାଙ୍କର ସମସ୍ତ କାର୍ଯ୍ୟକ୍ରମ ବାତିଲ କରିଦେଇଛନ୍ତି । ମୋଦି ତାଙ୍କର ସମସ୍ତ ରାଲି ଓ ଜନସଭା ହେଲା ବାତିଲ କରିଦେଇଛନ୍ତି । ଆଜି ମଧ୍ୟପ୍ରଦେଶରେ ଜନସଭା କାର୍ଯ୍ୟକ୍ରମରେ ଯୋଗ ଦେଇଥାଆନ୍ତେ ମୋଦି । ବିଜେପି ତରଫରୁ ମଧ୍ୟ ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି ।
ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ବାତିଲ୍
Amit shah Odihsa visit postponed

No Comment