କୁଳିଆରେ ଅମିତ ଶାହା

Amit shah at Kulia

ଓଡ଼ିଶାରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଭୁବନେଶ୍ୱର ବିମାନ ବନ୍ଦରରେ ଓହ୍ଲାଇବା ପରେ ଉତ୍କଳ ଗୌରବ ମଧୂସୂଦନ ଦାସଙ୍କ ଜନ୍ମସ୍ଥାନ ସତ୍ୟଭାମାପୁରରେ ପହଞ୍ଚି ମଧୂବାବୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ସେଠାରେ ତାଙ୍କୁ  ଭବ୍ୟ ସ୍ୱାଗତ କରାଯାଇଥିଲା । ଏହା ପରେ ସତ୍ୟଭାମାପୁରରୁ ନିଶ୍ଚିନ୍ତକୋଇଲି ବ୍ଲକ୍ କୁଳିଆ ଆରଏମସି ପଡିଆକୁ ଶାହା ବାହାରିଥିଲେ । ଏଠାରେ ଆୟୋଜିତ ସାଧାରଣ ସଭାରେ ସେ ପହଁଛିବା ପରେ ତାଙ୍କୁ ଦଳୀୟ କର୍ମ କର୍ତ୍ତା ଭବ୍ୟ ସ୍ୱାଗତ କରିଥିଲେ । ଏହି ଦିନିକିଆ ଗସ୍ତରେ ୪ଟି ଜିଲ୍ଲା ଯଥା କଟକ, କେନ୍ଦ୍ରାପଡା, ଯାଜପୁର ଓ ଜଗତସିଂହପୁରର ବିଜେପି ବୁଥ୍ ସ୍ତରୀୟ କର୍ମକର୍ତ୍ତାଙ୍କୁ ଆଗାମୀ ନିର୍ବାଚନ ନେଇ ମନ୍ତ୍ର ଦେବେ ଅମିତ ଶାହା ବୋଲି ସୂଚନା ମିଳିଛି । ଏହାସହ ଆଗାମୀ ୩ତାରିଖରେ ଶାହା ଦୁଇଦିନ ପାଇଁ ଓଡ଼ିଶା ଦୁଇଦିନ ଗସ୍ତରେ ଆସିବେ ।

Previous ସହିଦ ସପ୍ତାହରେ ମାତିଲେ ମାଓବାଦୀ,ଯାତ୍ରୀଙ୍କୁ ଓହ୍ଲାଇ ବସ୍‌ରେ ନିଆଁ ଲଗାଇଲେ
Next ମାଓବାଦୀଙ୍କ ସହିଦ ସପ୍ତାହ ପାଳନ: ବସ୍‌ ଜାଳିବା ପରେ ବିଜୁ ଗାଁ ଗାଡ଼ିରେ ମାରିଲେ ପୋଷ୍ଟର

No Comment

Leave a reply

Your email address will not be published. Required fields are marked *