କେନ୍ଦ୍ରାପଡ଼ା ଗୋଷ୍ଠୀ କନ୍ଦଳ ଘଟଣା: ୧୨ ଘଣ୍ଟିଆ ବନ୍ଦ ସାଙ୍ଗକୁ୧୪୪ ଧାରା ବଳବତର

all schools and colleges remain close today in kendrapada

କେନ୍ଦ୍ରାପଡ଼ା ସହର ସରକାରୀ ହାଇସ୍କୁଲ ପଡ଼ିଆରେ ଏକ ସଭା ଆୟୋଜନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ପ୍ରକାଶ କାରଣରୁ ଗତକାଲିଠାରୁ ୧୪୪ ଧାରା ଲାଗୁକରାଯାଇଛି । ଆଜି ମଧ୍ୟ ଏହା ବଳବତର ରହିବା ସହ ପୌରାଞ୍ଚଳର ସମସ୍ତ ସ୍କୁଲ,କଲେଜ ବନ୍ଦ ରଖାଯାଇଛି । ଇଣ୍ଟର ନେଟ ସେବା ମଧ୍ୟ ବନ୍ଦ ରହିଛି । ଏହାସହ ରଷ୍ଟ୍ରୀୟ ସୁରକ୍ଷା ମଞ୍ଚ ପକ୍ଷରୁ ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଥିବାରୁ ଯେପରି କିଛି ଅଘଟଣ ନଘଟେ ସେ ନେଇ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ପ୍ରଶାସନ ପକ୍ଷରୁ ଆଜି ମଧ୍ୟ୧୪୪ ଧାରା ଜାରି ରଖାଯାଇଛି । ସହରର ବିଭିନ୍ନ ସ୍ଥାନରେ ୬ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି । ନିଜେ ଏସପି ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରୁଛନ୍ତି । ପୁଲିସ୍‌ ସହରରେ ଫ୍ଲାଗ ମାର୍ଚ୍ଚ କରିବା ସହ ଶାନ୍ତି କମିଟି ବୈଠକ କରି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରୁଛି।

Previous ପ୍ରତ୍ୟକ୍ଷ ରାଜନୀତିକୁ ଓହ୍ଲାଇଲେ ପ୍ରିୟଙ୍କା ଗାନ୍ଧି
Next ଶଙ୍ଖ ଧରିଲେ ନବ

No Comment

Leave a reply

Your email address will not be published. Required fields are marked *