ଭାରତୀୟ ବାୟୁସେନା ବିମାନ ଦୁର୍ଘଟଣା:୨ ପାଇଲଟ ମୃତ

air force chopper crashes in j&k 2 bodies found

ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ଦୁର୍ଘଟଣାଗସ୍ତ । ଜମ୍ମୁକାଶ୍ମୀର ବଡଗାମରେ ମିଗ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ୨ ଜଣ ପାଇଲଟଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମିଗ୍ ବିମାନଟି ଏକ ଜମିରେ ପଡ଼ିବା ପରେ ସେଥିରେ ନିଆଁ ଲାଗିଯାଇଥିଲା । ବିମାନ ଦୁର୍ଘଟଣାର କାରଣ ଜଣାପଡିନାହିଁ । ହେଲେ ଦୁର୍ଘଟଣାରେ ବିମାନଟି ସମ୍ପୂର୍ଣ୍ଣ ଭାବେ ଜଳିଯାଇଛି ।ଘଟଣାସ୍ଥଳରେ ପୋଲିସ ଓ ଉଦ୍ଧାରକାରୀ ଦଳ ପହଞ୍ଚିବା ସହିତ ଦୁଇଟି ଶବ ଉଦ୍ଧାର କରାଯାଇଛି । ଶ୍ରୀନଗର ଏୟାରବେସରୁ ବିମାନଟି ଉଡାଣ ଭରିଥିଲା, କାଶ୍ମୀରରେ ପାଟ୍ରୋଲିଙ୍ଗ କରୁଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁସାରେ ବିମାନ ତଳକୁ ଆସୁଥିବା ସମୟରେ ବଡ଼ ଧରରଣ ଶବ୍ଦ ଶୁଣା ଯାଇଥିଲା । ଆଉ ତାପରେ ବିମାନଟି ତଳେ ପଡି ଜଳି ଯାଇଥିଲା ।

Previous କାଲି ଯାଏଁ ରାଜ୍ୟରେ ଝଡ଼ବର୍ଷା ସମ୍ଭାବନା
Next ସୀମା ଉଲ୍ଲଂଘନ ବେଳେ କଡ଼ା ଜବାବ: ପାକ୍ ବାୟୁସେନା ବିମାନ ଏଫ-୧୬ କୁ ଖସେଇଲା ଭାରତ

No Comment

Leave a reply

Your email address will not be published. Required fields are marked *