ଷ୍ଟିଲ ସିଟିରୁ ଉଡ଼ିବ ବିମାନ

AIR CONNECTIVITY TO ROURKELA

ଋାଉରକେଲା ବାସିନ୍ଦାଙ୍କ ପାଇଁ ଖୁସି ଖବର । ଜାନୁୟାରୀ ୨୩ରୁ ଷ୍ଟିଲ ସିଟି ରାଉରକେଲାରୁ ଦୁଇ ପ୍ରମୁଖ ନଗର ଭୁବନେଶ୍ୱର ଏବଂ କୋଲକାତାକୁ ବିମାନ ଉଡାଣ ଆରମ୍ଭ ହେବ । ଉଡେ ଦେଶ୍ କା ଆମ୍ ନାଗରିକ ଯୋଜନା ଅଧୀନରେ ଏହି ସୁବିଧା ଉପଲବ୍ଧ ହେବ । ରାଜ୍ୟ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ବୈଠକରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯାଇଛି ।

ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ, ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହେଲେ ରାଉରକେଲାରୁ ବିଧିବଦ୍ଧ ଭାବେ ବିମାନ ଚଳାଚଳ ଆରମ୍ଭ ହେବ । ବାଉଣ୍ଡେରୀ ୱାଲ ଏବଂ ସିଗନାଲ୍ ଟାୱାର ନିର୍ମାଣ କାର୍ଯ୍ୟ ସରିଛି । ବୁଝାମଣାପତ୍ର ଚିଠାର ଅନୁମୋଦନ ସରିଛି । ଏକ ଅପରେଟର ସନ୍ଧାନରେ ଅଛନ୍ତି ଏୟାରପୋର୍ଟର୍ ଅଥରିଟି ଅଫ୍ ଇଣ୍ଡିଆ । ଫୁଏଲିଂ, ପାର୍କିଂ, ଏୟାରକ୍ରାଫ୍ଟ ରେଣ୍ଟାଲ, ଏୟାର କ୍ରାଫ୍ଟ ମେଣ୍ଟେନାନ୍ସ, ଫ୍ଲାଇଟ ଇନଷ୍ଟ୍ରକ୍ସନ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ଉପଲବ୍ଧ ପାଇଁ ଏକ ଫିକ୍ସଡ୍-ବେସ୍-ଅପରେଟର ସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ନେବା ପରେ ଆସନ୍ତା ୨୩ ତାରିଖରୁ ବିମାନ ଚଳାଚଳ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ରାଉରକେଲା ବିଧାୟକ ଶ୍ରୀ ଦୀଲିପ କୁମାର ରାୟ ।

Previous ସ୍ତନ୍ୟପାନ କରାଉଥିଲେ ଜାଣିରଖନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ କଥା
Next ଗୋପାଳନରୁ ଓମଫେଡ଼ ଅଧ୍ୟକ୍ଷ

No Comment

Leave a reply

Your email address will not be published. Required fields are marked *