ଫେବୃୟାରୀ ୨୪ରୁ ରାଜଧାନୀ ଭୁବନେଶ୍ୱରରୁ ଚେନ୍ନାଇକୁ ଉଡିବ ବିମାନ । ଏ ସଂପର୍କରେ ଘୋଷଣା କରିଛି ବିମାନ ଉଡାଣ ସଂସ୍ଥା ଏୟାର ଏସିଆ ଇଣ୍ଡିଆ । ମଙ୍ଗଳବାର ବ୍ୟତୀତ ସପ୍ତାହର ଅନ୍ୟ ଦିନ ଗୁଡିକରେ ଏହି ସେବା ଉପଲବ୍ଧ ହେବ ।
ଏୟାର ଏସିଆ ପକ୍ଷରୁ ଘୋଷିତ ବିଜ୍ଞପ୍ତି ଅନୁଯାୟୀ ଦିନର ପ୍ରଥମ ଫ୍ଲାଇଟ୍ ଚେନ୍ନାଇରୁ ସକାଳ ୯ଟାରେ ଛାଡି ଭୁବନେଶ୍ୱରରେ ୧୦.୪୦ ରେ ପହଞ୍ଚିବ । ସେହି ସମାନ ବିମାନ ଭୁବନେଶ୍ୱରରୁ ଦିନ ୧୧.୫ରେ ବାହାରି ଚେନ୍ନାଇରେ ଅପରାହ୍ନ ୧୨.୫୦ରେ ପହଞ୍ଚିବ । ଚେନ୍ନାଇରୁ ଅନ୍ୟ ଏକ ବିମାନ ରାତି ୭.୫ରୁ ବାହାରି ଭୁବନେଶ୍ୱରରେ ୮.୪୫ରେ ପହଞ୍ଚିବ । ଭୁବନେଶ୍ୱରରୁ ସେହି ସମାନ ବିମାନ ରାତି ୯.୧୫ରେ ବାହାରି ଚେନ୍ନାଇରେ ରାତି ୧୧ଟାରେ ପହଞ୍ଚିବ । ୱାନ ୱେ ଜର୍ଣ୍ଣି ପାଇଁ ଟିକେଟର ମୂଲ୍ୟ ୨୬୯୯ ଟଙ୍କା ରଖାଯାଇଛି ।
No Comment