ତମାଣ୍ଡୋରେ ମୋଦି-ନବୀନଙ୍କ ଉପରେ ବର୍ଷିଲେ ରାହୁଲ

AICC president rahul gandhi counter to Modi and Naveen

ଭୁବନେଶ୍ୱର ତମାଣ୍ଡୋରେ ଆରମ୍ଭ ହୋଇଯାଇଛି କଂଗ୍ରେସର ପରିବର୍ତ୍ତନ ସଂକଳ୍ପ ସମାବେଶ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ବିଧାୟକ ଚିରଞ୍ଜୀବ ବିଶ୍ୱାଳ, ବରିଷ୍ଠ ନେତା ଜୟଦେବ ଜେନା, ସାଂସଦ ରଞ୍ଜୀବ ବିଶ୍ୱାଳ, ବରିଷ୍ଠ ନେତା ପ୍ରଦୀପ ମାଝୀ ପ୍ରମୁଖ ଏହି ସମାବେଶରେ ଉପସ୍ଥିତ ଅଛନ୍ତି । ଏହି ଅବସରରେ ପୂର୍ବତ୍ତନ ଅର୍ଥ ମନ୍ତ୍ରୀ ପଞ୍ଚାନନ କାନୁନଗୋ କଂଗ୍ରେସରେ ସାମିଲ ହୋଇଛନ୍ତି । ଓଡ଼ିଶାରେ କଂଗ୍ରେସ ଫେରିବା ପାଇଁ ସମସ୍ତେ ଚେଷ୍ଟା କରିବେ ବୋଲି ବିରୋଧୀ ଦଳ ନେତା ନରସିଂହ ମିଶ୍ର ନିଜ ବକ୍ତବ୍ୟରେ କହିବା ସହ ନବୀନ ଓ ବିଜେପି ଉପରେ ବର୍ଷିଛନ୍ତି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ରତ୍ନ ଭଣ୍ଡାର ଚାବି ହଜିବାଠୁ ଆରମ୍ଭ କରି ଚାଷୀ ସମସ୍ୟା ଆଦି ମୁଦାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି । ଏହା ସହ କଂଗ୍ରେସ ଆସିଲେ ଚାଷୀର ଋଣ ଛାଡ଼ ସହ ସୋଲାର ପାୱାର ଦ୍ୱାରା ସମସ୍ତ ଚାଷ ଜମିକୁ ପାଣି ଦିଆଯିବ ବୋଲି କହିଛନ୍ତି । ସେହିଭଳି କଂଗ୍ରେସ ଅଧ୍ୟକ୍ଷ ଏହି ସମାବେଶକୁ ସମ୍ବୋଧନ କରି ଉଭୟ ମୋଦି ଓ ନବୀନଙ୍କ ଉପରେ ବର୍ଷି ରାଜ୍ୟ ରାଜନୀତିକୁ ଉଷ୍ମ ଦେଇଛନ୍ତି । କେନ୍ଦ୍ରରେ ବିଜେପି ଏବଂ ରାଜ୍ୟରେ ବିଜେଡ଼ି ସରରକାରଙ୍କ ମଡ଼େଲ୍ ସମାନ ବୋଲି ସେ କହିଛନ୍ତି । ଉଭୟଙ୍କ ଚିନ୍ତାଧାରା ଏକା ବୋଲି ମଧ୍ୟ ସେ କହିଛନ୍ତି। ଗତ 18 ବର୍ଷ ହେଲା ମୁଖ୍ୟମନ୍ତ୍ରୀ କ’ଣ କରୁଥିଲେ ? ହଠାତ୍ କାହିଁକି ସେ ଚାଷୀଙ୍କ କଥା ଚିନ୍ତା କଲେ ? ଛତିଶଗଡ଼ରେ କଂଗ୍ରେସ ସରକାର ଚାଷୀଙ୍କୁ ଋଣଛାଡ ପରେ ଓ ଶସ୍ୟର ଏମ୍ଏସ୍ପି ବଢାଇବା ପରେ ନବୀନଙ୍କ ନିଦ ଭାଙ୍ଗିଲା କି ବୋଲି ପ୍ରଶ୍ନ କରିଛନ୍ତି ରାହୁଲ୍। ଏହାସହ ସେ କହିଛନ୍ତି ଯେ ଓଡ଼ିଶାରେ ଜଙ୍ଗଲ,ଖଣିଜ ସମ୍ପଦ ,ପାଣି ସବୁଥାଇ ଗରିବ କଣ ପାଇଁ ? ଏହା ସହ ମୋଦି ନବୀନ ଉଭୟ ଚୋର ବୋଲି ସେ କହିବାକୁ ପଛେଇନାହାନ୍ତି।

Previous କେନ୍ଦ୍ରାପଡାରୁ ହଟିଲା କର୍ଫ୍ୟୁ, ୧୪୪ ଧାରା ବଳବତର
Next ବିଧାୟକ ପଦ ଛାଡିଲେ ନବ

No Comment

Leave a reply

Your email address will not be published. Required fields are marked *