‘କୁମକୁମ ଭାଗ୍ୟ’ ଛାଡ଼ିବେ ତନୁ-ଆଲିୟା!

ahead of kumkum bhagya 20 year leap two actors decided to quit the show

ଜୀ ଟିଭିରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ ‘କୁମକୁମ ଭାଗ୍ୟ’ରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ । ଶୋ’ରେ  ୨୦ ବର୍ଷ ପରର କାହାଣୀ ଦେଖାଯିବାକୁ ଥିବାବେଳେ, ଏଥିରେ କେତେକ ନୂଆ କଳାକାର ଯୋଡ଼ି ହେବେ ଓ ଆଉକେତକ ପୁରୁଣା କଳାକାର ଧାରାବାହିକ ଛାଡ଼ୁଛନ୍ତି । ଶୋ’ର ଟିଆରପି ଦିନକୁ ଦିନ କମିବାର ଲାଗିଥିବାରୁ ଏହି ପରିବର୍ତ୍ତନ ପାଇଁ ନିର୍ମାତା ନିଷ୍ପତି ନେଇଛନ୍ତି । ଧାରାବାହିକରେ ଦୁଇ ଘନିଷ୍ଠ ବନ୍ଧୁ ଭାବେ ପରିଚିତ ତନୁ ଓ ଆଲିୟା ଶୋ’ ଛାଡ଼ିବେ ବୋଲି ଜଣାପଡ଼ିଛି । ତନୁ ଚରିତ୍ରରେ ଲୀନା ଜୁମାନି ଅଭିନୟ କରୁଥିବା ବେଳେ ଆଲିୟା ଭୂମିକାରେ ଶିଖା ସିଂ ଅଭିନୟ କରୁଛନ୍ତି । ୨୦ ବର୍ଷର ପରିବର୍ତ୍ତନ ପରେ ସେମାନଙ୍କ ଚରିତ୍ରର ବିଶେଷ କିଛି ଗୁରୁତ୍ୱ ନାହିଁ ବୋଲି  କହିଛନ୍ତି । ଏକ ସାକ୍ଷାତକାରରେ ଲୀନା ଧାରାବାହିକ ଛାଡ଼ିବା ବିଷୟରେ ଜଣାଇବା ସହ କହିଛନ୍ତି, ମୁଁ ବୟସ୍କ ଭୂମିକାରେ ଅଭିନୟ କରିବା ସହଜ ନୁହେଁ , ଧାରାବାହିକ କାହାଣୀ ପରିବର୍ତ୍ତନ ସହ ସେମାନଙ୍କ ଚରିତ୍ରର ବିଶେଷ କିଛି ଗୁରୁତ୍ୱ ରହୁ ନାହିଁ, ତେଣୁ ଧାରାବାହିକ ଛାଡ଼ିବାଟା ଭଲ ହେବ ବୋଲି ସେ କହିଛନ୍ତି । ଶୋ’ର ୨୦ ବର୍ଷର ମେକଓଭର ପରେ ଅନେକ ଟ୍ୱଇଷ୍ଟ୍ ଦେଖିବାକୁ ମିଳିବ ବୋଲି କୁହାଯାଉଛି । ଏଥିରେ ଅଭି-ପ୍ରଜ୍ଞା ଓ ତାଙ୍କର ଦୁଇ ଝିଅ ରିୟା-ପ୍ରାଚିଙ୍କ ଉପରେ ଫୋକସ କରାଯାଇ ଧାରାବାହିକ ଆଗକୁ ଆଗେଇବ । ଏଥିରେ ରିୟା ଅଭି ଭଳି ନଟଖଟ ସ୍ୱଭାବର ହେବା ସହ ପ୍ରାଚି ପ୍ରଜ୍ଞାଭଳି ଶାନ୍ତ ସ୍ୱଭାବର ହେବ ବୋଲି ଜଣାପଡ଼ିଛି ।

Previous ବନ୍ଦ ସମୟରେ ପରୀକ୍ଷା ପ୍ରଶ୍ନପତ୍ର ପହଁଚିବାରେ କୌଣସି ଅସୁବିଧା ହେବ ନାହିଁ:ନବନିର୍ମାଣ କୃଷକ ସଙ୍ଗଠନ
Next ଦିନିକିଆ ପୁରୀ ଜିଲ୍ଲା ଗସ୍ତରେ ୩୨୨ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

No Comment

Leave a reply

Your email address will not be published. Required fields are marked *