ଆଦିବାସୀ ମେଳା ସ୍ଥାନ ପରିବର୍ତ୍ତନ ନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାର । ପ୍ରତିବର୍ଷ ଆଦିବାସୀ ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ହେଉଥିବା ଏହି ମେଳା ଚଳିତ ବର୍ଷ ଇଡକୋ ପ୍ରଦର୍ଶନୀ ପଡିଆରେ ଜାନୁଆରୀ ୨୬ରୁ ଆରମ୍ଭ ହେବ ।
ଆଦିବାସୀ ମେଳା ଜାନୁଆରୀ ୨୬ରୁ ଆରମ୍ଭ ହୋଇ ଫେବୃୟାରୀ ୯ରେ ସରିବ । ପ୍ରତିଦିନ ଅପରାହ୍ନ ୨ଟାରୁ ଆରମ୍ଭ ହୋଇ ରାତି ୯ଟାରେ ସରିବ ଏହି ମେଳା । ଟ୍ରାଫିକ୍ ଏବଂ ପାର୍କିଙ୍ଗ ଅସୁବିଧାକୁ ଦୃଷ୍ଟିରେ ରଖି ସ୍ଥାନ ପରିବର୍ତ୍ତନର ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଇଡକୋ ପ୍ରଦର୍ଶନୀ ପଡିଆରେ ଆଦିବାସୀ ମେଳା ଅନୁଷ୍ଠିତ ହେଲେ ଏସବୁ ଅସୁବିଧା ଏଡାଇଦେଇ ହେବ । ଏହି ମେଳାରେ ବିଭିନ୍ନ ଆଦିବାସୀ ଖାଦ୍ୟଦ୍ରବ୍ୟ, ଜଙ୍ଗଲ ଓ କୃଷିଜାତ ଦ୍ରବ୍ୟର ସମ୍ଭାର ଦେଖିବାକୁ ମିଳିବ । ପ୍ରଦର୍ଶନୀ ପଡିଆ ମଧ୍ୟରେ ଏକ ଆଦିବାସୀ ଗ୍ରାମ ନିର୍ମାଣ କରିବାର ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ସ୍ୱସ୍ତି ପ୍ରିମିୟମ୍ ହୋଟେଲ ନିକଟସ୍ଥ ଜନତା ମଇଦାନଠାରେ ଆଦିବାସୀ ମେଳା ଆୟୋଜନ କରିବାର ନିଷ୍ପତ୍ତି ନିଆଯାଇଥିଲା । ବହୁ ବିଚାର ବିମର୍ଶ ପରେ ଇଡକୋ ପ୍ରଦର୍ଶନୀ ପଡିଆକୁ ମେଳା ଆୟୋଜନର ସର୍ବୋକ୍ତୃଷ୍ଟ ସ୍ଥାନ ଭାବେ ବିବେଚନା କରାଯାଇଥିଲା ।
No Comment