ଅଭିନେତ୍ରୀ ନିକିତାଙ୍କ ଫେରାର ଶାଶୁ ଓ ଶ୍ୱଶୁରଙ୍କୁ ଥାନାରେ ହଜାର ପାଇଁ ସପ୍ତାହେ ମହଲତ ଦେଲା ପୋଲିସ

ଅଭିନେତ୍ରୀ ନିକିତାଙ୍କ ଫେରାର ଶାଶୂ ଓ ଶ୍ବଶୁରଙ୍କୁ ଥାନାରେ ହଜାର ପାଇଁ ସପ୍ତାହେ ମହଲତ ଦେଲା ପୋଲିସ

ଅଭିନେତ୍ରୀ ନିକିତା ଓରଫ ଲକ୍ଷ୍ମୀପ୍ରିୟା ବେହେରାଙ୍କ ମୃତ୍ୟୁ ମାମଲାର ତଦନ୍ତରେ ପୋଲିସ ଆଉପଦେ ଆଗକୁ ବଢିଛି । ଥାନାରେ ହଜାର ହେବା ପାଇଁ ନିକିତାଙ୍କ ଫେରାର ଶାଶୁ ଓ ଶ୍ୱଶୁରଙ୍କୁ ସପ୍ତାହେ ମହଲତ ଦେଇଛି ପୋଲିସ। ସୋମବାର ସୁଦ୍ଧା ଚାଉଳିଆଗଞ୍ଜ ଥାନାରେ ହାଜର ପାଇଁ DCPଙ୍କ ନିର୍ଦ୍ଦେଶ ରହିଛି । ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଇ ନିକିତାଙ୍କ ଶାଶୁ-ଶ୍ୱଶୁର ପୋଲିସକୁ ୧୫ ଦିନର ସମୟ ମାଗିଥିଲେ। ୧୯ ତାରିଖ ପର୍ଯ୍ୟନ୍ତ ସେମାନେ ମାଗିଥିବା ସମୟର ଅବଧି ଥିଲେ ମଧ୍ୟ ସେମାନେ ପୋଲିସ ପାଖରେ ହଜାର ହୋଇନାହାନ୍ତି । ତେଣୁ ପୋଳିସ ପକ୍ଷରୁ ଏହି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି । ପୂର୍ବରୁ ସ୍ୱାମୀ ଲିପନଙ୍କୁ ପୋଲିସ ଗିରଫ କରିଥିବା ବେଳେ ତାଙ୍କ ଘର ଆଗରେ ଲଟକା ଲଗାଯାଇଥିଲା । ସୂଚନା ଥାଉକି ଗତ ୫ ତାରିଖ ଦିନ ଛାତରୁ ପଡି ନିକିତାଙ୍କର ମୃତ୍ୟୁ ହୋଇଥିଲା । ପରେ ତାଙ୍କ ବାପାଙ୍କ ଅଭିଯୋଗ କ୍ରମେ ପୋଲିସ ସ୍ୱାମୀ ଲିପନଙ୍କୁ ଗିରଫ କରିଥିଲା ।

Previous ଶାଳ ପତ୍ରରୁ ରୟାଲିଟି ଛାଡ଼ କଲେ ରାଜ୍ୟ ସରକାର
Next ହାତ ଛାଡି ଶଙ୍ଖ ଧରିଲେ ପ୍ରଣୟ ସାହୁ

No Comment

Leave a reply

Your email address will not be published. Required fields are marked *