ଘନକୁହୁଡ଼ି ସାଜିଲା କାଳ : ପୃଥକ ପୃଥକ ସ୍ଥାନରେ ଦୁର୍ଘଟଣା, ୬ରୁ ଅଧିକ ମୃତ

accident due to dense fog in various part of odisha

ରାଜ୍ୟରେ ଶୀତ ପୁଣିଥରେ ବଢିବା ସହ ଘନ କୁହୁଡି ଦେଖିବାକୁ ମିଳୁଛୁ ।  ଘନକୁହୁଡ଼ି କାରଣରୁ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଦୂର୍ଘଟଣ ଘଟି ୬ରୁ ଅଧିକ ଜୀବନ ଯାଇଛି । ଜଗତସିଂହପୁର ଜୟପୁର ରାସ୍ତାର ରାହାଡିଙ୍ଗାରେ କୁହୁଡ଼ି ଯୋଗୁଁ ଗଛରେ ବାଇକ୍‌ ପିଟିହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ତିର୍ତ୍ତୋଲ ଥାନା କ୍ରିଷ୍ଣାନନ୍ଦପୁର ଗାଁର ମିର୍‌ ଅଜମିର ଅହମଦ ବୋଲି ଜଣାପଡିଛି । ସେହିଭଳି କେନ୍ଦ୍ରାପଡ଼ାରେ ଘନ କୁହୁଡ଼ି ଯୋଗୁଁ କଟକ-ଚାନ୍ଦବାଲି ରାସ୍ତାର କାକତିଆ ଛକରେ ଟ୍ରକ-ବୋଲେରୋ ଧକ୍କା ହୋଇ ୫ ମୃତ, ୨ ଗୁରୁତର ଆହତ ହୋଇ କଟକ ଏସ୍‌ସିବି ମେଡିକାଲରେ ଚିକିତ୍ସା ପାଇଁ ଭର୍ତିକରାଯାଇଛି । କୁହୁଡ଼ି ଯୋଗୁଁ ନୟାଗଡ଼ ଦଶପଲ୍ଲା କୁଆଁରିଆ ଡ୍ୟାମ୍‌ ଛକରେ ମଧ୍ୟ ଦୁର୍ଘଟଣା ହୋଇଛି ।ଏକ ଟ୍ରକକୁ ପିଟିଲା ୧୦୮ ଆମ୍ବୁଲାନ୍ସ। ଏଥିରେ ଜଣ ୩ ଗୁରୁତର ହୋଇଛନ୍ତି । ୩ ଗୁରୁତର କର୍ମଚାରୀଙ୍କୁ ନୟାଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ରୋଗୀ ଆଣିବାକୁ ଯାଉଥିବା ବେଳେ ଟ୍ରକକୁ ଧକ୍କା ଦେଲା ଆମ୍ବୁଲାନ୍ସ। ଆହତଙ୍କ ପ୍ରଥମେ ଦଶପଲ୍ଲା ଡାକ୍ତରଖାରନାରେ ଭର୍ତ୍ତି କରାଯାଇଥିଲା ପରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏଠାରେ ସୂଚାନଥାଉକି ଗତକାଲି ଅପରାହ୍ନ ସମୟରେ ହଠାତ କୋଣାର୍କ ଓ ରାମଚଣ୍ଡୀରେ ଘନ କୁହୁଡି ମାଡିଆସିଥିଲା । ରାମଚଣ୍ଡୀ ସମୁଦ୍ର ପଟୁ କୁହୁଡି ଆସି ସମ୍ପୂର୍ଣ୍ଣ ଅଞ୍ଚଳ ଅନ୍ଧକାର କରିବା ସହ କୋଣାର୍କ ମନ୍ଦିର ଢାଙ୍କି ପକାଇଥିଲା । ଏହାଦ୍ୱାର ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ସେହିଭଳି ଭୁବନେଶ୍ୱରରେ ମଧ୍ୟ କଲି ଦିନ ୮ ପର୍ଯ୍ୟନ୍ତ ଘନ କୁହୁଡି ଦେଖିବାକୁ ମିଳିଥିଲା । ଏବେ ରାଜ୍ୟରେ ପୁଣି ଶୀତ ବଢ଼ିବା ସହ ୬ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି ।

Previous ଘୁଞ୍ଚିବନି ୨୦ ତାରିଖରେ ହେବ ASO ପରୀକ୍ଷା:ହାଇକୋର୍ଟ
Next ପୁଣି ମାତିଲେ ମାଓବାଦୀ, କାଟିଲେ କମ୍ପାନୀ ପାଇପ ଲାଇନ

No Comment

Leave a reply

Your email address will not be published. Required fields are marked *