କାଲି ଭାରତ ଫେରିବେ ବାୟୁସେନା ପାଇଲଟ ଅଭିନନ୍ଦନ

abhinandan bardhaman will return tomorrow

ବୁଧବାରଠାରୁ ପାକିସ୍ତାନ ସେନା କବ୍ଜାରେ ଥିବା ଭାରତୀୟ ବାୟୁସେନା ପାଇଲଟ ଅଭିନନ୍ଦନ ବର୍ଦ୍ଧମାନଙ୍କୁ ଆସନ୍ତାକାଲି ଛାଡ଼ିବା ପାଇଁ ରାଜି ହୋଇଛି ପାକିସ୍ତାନ୍ । ଏନେଇ ପାକିସ୍ତାନ ସଂସଦର ମିଳିତ ଅଧିବେଶନରେ ଆଜି ଘୋଷଣା କରିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ । ଆମେ ଶାନ୍ତି ଚାହୁଁଛୁ, ଶାନ୍ତି ସୃଷ୍ଟି ଉଦେଶ୍ୟରେ ଆମେ ଆସନ୍ତାକାଲି ଭାରତୀୟ ପାଇଲଟକୁ ଛାଡ଼ିବୁ ବୋଲି ସେ କହିଛନ୍ତି । ତେବେ ଗତକାଲି ଅଭିନନ୍ଦନ ପାକ୍ ସେନା ହାତରେ ଧରାପଡ଼ିବା ପରେ ଅଭିନନ୍ଦନଙ୍କୁ ଶୀଘ୍ର ଫେରାଇ ଆଣିବା ପାଇଁ ଦେଶବ୍ୟାପୀ ଦାବି ହୋଇଥିଲା । ଏହା ପୂର୍ବରୁ କେତେକ ସର୍ତ୍ତସହ ତାଙ୍କୁ ଛାଡିବାକୁ ପାକିସ୍ତାନ ପ୍ରସ୍ତାବ ଦେଇଥିଲା । କିନ୍ତୁ ପାକିସ୍ତାନ ଆଗରେ ଭାରତ ଦବିଯାଇନଥିଲା ଓ ବିନା ସର୍ତ୍ତରେ ପାକିସ୍ତାନ ତାଙ୍କୁ ଛାଡୁବୋଲି କହିଥିଲା । ଜେନିଭା କନଭେନସନ ଅନୁସାରେ ପାକିସ୍ତାନ ତାଙ୍କୁ ଛାଡିବା ପାଇଁ ବାଧ୍ୟ ବୋଲି ଭାରତ କହିଥିଲା । ଏହାସହ ଅନ୍ତର୍ଜାତୀୟ ସ୍ତରରେ କୂଟନୈଟିକ ଆଲୋଚନ ଦ୍ୱାରା ପାକିସ୍ତାନ ଉପରେ ଚାପ ପକାଇଥିଲା ଭାରତ ବୋଲି କୁହାଯାଉଛି ।

Previous ଓଡ଼ିଶାରେ ଆଲର୍ଟ ଜାରି
Next ମାତ୍ର କେଇ ଘଣ୍ଟା ପରେ ଭାରତ ଫେରିବେ ଦେଶର ସାହସୀ ପୁଅ ଅଭିନନ୍ଦନ

No Comment

Leave a reply

Your email address will not be published. Required fields are marked *