ସହିଦ ସପ୍ତାହରେ ମାତିଲେ ମାଓବାଦୀ,ଯାତ୍ରୀଙ୍କୁ ଓହ୍ଲାଇ ବସ୍‌ରେ ନିଆଁ ଲଗାଇଲେ

A group of Maoists set a passenger bus on fire near Mahupadar in Malkangiri district

ସହିଦ ସପ୍ତାହ ପାଳନ ଅବସରରେ ମାତିଲେ ମାଓବାଦୀ। ମାଲକାନଗିରି ଜିଲ୍ଲା ମାଥିଲି ମୁଣ୍ଡାଗୁଡ଼ାରେ ମାଓବାଦୀମାନେ ଲଙ୍କାକାଣ୍ଡ ଘଟାଇଛନ୍ତି। ମହୁପଦରରୁ ମୋଟୁ ଯାଉଥିବା ଯାତ୍ରୀବାହୀ ବସ୍‌କୁ ୨୦ରୁ ୩୦ ସଶସ୍ତ୍ର ମାଓବାଦୀ ମୁଣ୍ଡାଗୁଡ଼ା ପାଖରେ ଅଟକାଇଥିଲେ। ଏହାପରେ ଯାତ୍ରୀମନଙ୍କୁ ଗାଡ଼ିରୁ ଓହ୍ଲାଇ ଦେଇ ବସ୍‌ରେ ନିଆଁ ଲଗାଇ ଦେଇଥିଲେ। ଏହାସହ ବସ୍ ଡ୍ରାଇଭର ଓ କଣ୍ଡକ୍ଟରକୁ ମଧ୍ୟ ସେମାନେ ନିର୍ଧୁମ ପିଟିଥିଲେ ବୋଲି ସୂଚନା ମିଳିଛି। ଏହି ଘଟଣାରେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି କାହାର କିଛି କ୍ଷତି ହୋଇନାହିଁ । ଅନ୍ୟ ପକ୍ଷରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ବସଟି ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ପୋଲିସ ପକ୍ଷରୁ ଉକ୍ତ ଅଞ୍ଚଳରେ କମ୍ବିଙ୍ଗ ଅପରେସନ କରାଯାଉଛି । ବସରେ ୫୦ ଜଣ ଯାତ୍ରୀ ଯାଉଥିବାର ସୂଚନାରୁ ମିଳିଛି ।

Previous ଆରମ୍ଭ ହେଲା 'ପିଏମ ନରେନ୍ଦ୍ର ମୋଦି'ର ସୁଟିଂ
Next କୁଳିଆରେ ଅମିତ ଶାହା

No Comment

Leave a reply

Your email address will not be published. Required fields are marked *