ଗତ ନିର୍ବାଚନ ହିସାବ ନଦେଇ ତେଲେଙ୍ଗାନାର ୬୨ ପାର୍ଥୀ ଅଯୋଗ୍ୟ ଘୋଷିତ

62 barred from contesting polls in telangana

ତେଲେଙ୍ଗାନାର ୬୨ ଜଣ ପାର୍ଥୀ ୨୦୧୯ ସାଧାରଣ ନିର୍ବାଚନ ଲଢ଼ିବାକୁ ଅଯୋଗ୍ୟ ଘୋଷିତ ହୋଇଛନ୍ତି । ଗତ ନିର୍ବାଚନ ଖର୍ଚ୍ଚ ହିସାବ ନଦେଇଥିବାରୁ ଉକ୍ତ ପାର୍ଥୀମନଙ୍କୁ ନିର୍ବାଚନ କମିଶନ ଅଯୋଗ୍ୟ ଘୋଷଣା କରିଥିବାର ଜଣା ପଡିଛି । କମିଶନଙ୍କ ଦ୍ୱାର ଏହି ସମସ୍ତ ୬୨ ଜଣକୁ ୨୦୨୨ ପର୍ଯ୍ୟନ୍ତ ଅଯୋଗ୍ୟ ଘୋଷଣା କରାଯିବା ସହ ନିର୍ବାଚନ ଲଢ଼ିବାରେ କଟକଣା ଲାଗିଛି । ଏମାନଙ୍କ ମଧ୍ୟରୁ ୪୫ ଜଣ ବିଧାନ ସଭା ନିର୍ବାଚନରେ ସାମିଲ ହୋଇଥିବା ବେଳେ ୧୭ ଜଣ ଲୋକସଭା ନିର୍ବାଚନରେ ଅଂଶ ଗ୍ରହଣ କରିଥିଲେ । ସତ ଦିନ ଭିତରେ ନିର୍ବାଚନ ଖର୍ଚ୍ଚ ହିସାବ ଦେବାର ନିୟମ ରହିଥିବା ବେଳେ ଏହି ପାର୍ଥୀମାନେ ୪୫ ଦିନ ପରେବି ବାରମ୍ବାର ନୋଟିସି ପାଇ ମଧ୍ୟ ହିସାବ ଦେଇନଥିବାର ଜନପଡିଛି ।

Previous କନ୍ଧମାଳରେ ପୁଲିସ ଓ ମାଓବାଦୀ ଗୁଳିବିନିମୟ: ମହିଳା ମାଓବାଦୀ ମୃତ
Next ବରଯାତ୍ରୀ ବସ ସହ ଜଳିଗଲେ ଯୁବକ

No Comment

Leave a reply

Your email address will not be published. Required fields are marked *