ଲକ୍ ଡାଉନ୍ ପରେ ରାଜ୍ୟକୁ ଫେରିବେ ୫ ଲକ୍ଷ ଓଡ଼ିଆ

5lakh Odia to return after lifting of lockdown.

ଲକ୍ ଡାଉନ୍ ପାଇଁ ବାହାର ରାଜ୍ୟରେ ଫସିରହିଥିବା ଓଡ଼ିଆମାନେ ନିଜ ଘରକୁ ଫେରିବାର ସମ୍ଭାବନା ଦେଖାଦେଇଛି। ଲକ୍ ଡାଉନ୍ କୋହଳ ହେବାପରେ ଓଡ଼ିଶା ବାହାରେ ଥିବା ପ୍ରାୟ ୫ ଲକ୍ଷ ଓଡ଼ିଆଙ୍କୁ ଓଡ଼ିଶା ଫେରାଇ ଆଣିବା ପାଇଁ ସରକାର ଏକ ସ୍ଵତନ୍ତ୍ର ପୋର୍ଟାଲ୍ ଖୋଲିବେ ବୋଲି ଘୋଷଣା କରିଛନ୍ତି, ଯେଉଁଥିରେ ବାହାରେ ଥିବା ଲୋକଙ୍କ ଆତ୍ମୀୟ ଓ ପରିବାରଲୋକ ପଞ୍ଜୀକରଣ କରାଇବେ। ଆସନ୍ତା ଅପ୍ରେଲ ୨୪ ତାରିଖରୁ ଏହି ପୋର୍ଟାଲରେ ପଞ୍ଜୀକରଣ ଆରମ୍ଭ ହେବ। ଏହାସହ ପ୍ରତି ପଞ୍ଚାୟତରେ ଜଣେ ଜଣେ ନୋଡାଲ୍ ଅଫିସର୍ ରହିବେ ଓ ବିଡ଼ିଓମାନେ ପ୍ରତି ପଞ୍ଚାୟତରେ ତଦାରଖ ପାଇଁ ୫ ଜଣିଆ ଟିମ୍ ଗଠନ କରିବେ। ଫେରୁଥିବା ଲୋକମାନେ ପଞ୍ଚାୟତରେ ଥିବା ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରଥମେ ସ୍ବାସ୍ଥ୍ୟ ପରୀକ୍ଷା କରାଇବେ ଏବଂ ସେମାନଙ୍କ ପାଇଁ ଉଦ୍ଦିଷ୍ଟ କ୍ଵାରାଣ୍ଟାଇନ୍ ସେଣ୍ଟରରେ ୧୪ ଦିନ ପାଇଁ ବାଧ୍ୟତାମୂଳକ ଭାବେ ରହିବେ।

Previous ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୯, ଆଜି ୫ ନୂଆ ରୋଗୀ ଚିହ୍ନଟ
Next କରୋନା ମୁକାବିଲା ପାଇଁ ଶପଥ ନେଲେ ସରପଞ୍ଚ

No Comment

Leave a reply

Your email address will not be published. Required fields are marked *