ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ, ୫ ଦିନରେ ୪ ଯବାନ ଶହୀଦ ଓ ୩ ସାଧାରଣ ନାଗରିକ ନିହତ

51 times ceasefire in 5days

ଗୋଟି ପଟେ ଶାନ୍ତିର କଥା କହୁଥିବା ପାକିସ୍ତାନର ଅସଲ ରୂପ ଯେ ଆଉ କିଛି ତାହା ଅଛପା ନାହିଁ । ଏହାର ଏକ ଜ୍ଵଳନ୍ତ ଉଦାହରଣ ହେଉଛି ସୀମାନ୍ତରେ ପାକିସ୍ତାନ ସେନାର ଅସ୍ତ୍ରବିରତି ଉଲ୍ଲଂଘନ। ଗତ ୫ ଦିନ ମଧ୍ୟରେ ପାକ୍‌ ସେନା ପକ୍ଷରୁ ୫୧ ଥର ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି। ଏଥିରେ କେବଳ ଭାରତୀୟ ସେନାର କ୍ଷତି ହୋଇନାହିଁ, ୪ ଜଣ ସାଧାରଣ ନାଗରିକ ମଧ୍ୟ ପ୍ରାଣ ହରାଇଛନ୍ତି। ପାକ୍‌ ସେନା ପକ୍ଷରୁ ଲଗାତାର ଭାବେ ଉରୀ, ନୌସେରା, ପୁଞ୍ଚ ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ ଜାରି ରହିଛି। ଶୁକ୍ରବାର ରାତି ପ୍ରାୟ ୧୦ଟା ୩୦ରେ ପୁଞ୍ଚ ଜିଲାର ଝୁଲାସ ଅଞ୍ଚଳରେ ପାକ୍‌ ସେନା ମୋର୍ଟାର ମାଡ଼ କରିବାରୁ ଏକ ପରିବାରର ୨ ଶିଶୁ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଛି। ଏହାସହ ଜଣେ ଗୁରୁତର ଆହତ ହୋଇଛନ୍ତି । ୨ଦିନ ତଳେ ପାକ୍‌ ସେନାର ଗୁଳିମାଡ଼ ଯୋଗୁ ୧୦ ଭାରତୀୟ ଯବାନ ଆହତ ହୋଇଥିଲେ। ଏହାସହ କଲି ମଧ୍ୟ ୪ ଜଣ ଯବାନ ଜମ୍ମୁକାଶ୍ମୀରରେ ଶହୀଦ ହୋଇଛନ୍ତି। ସୀମାରେ ବାରମ୍ବାର ଗୁଳିମାଡ଼ ଯୋଗୁ ସ୍ଥାନୀୟ ଲୋକେ ଭୟଭୀତ ହୋଇ ଘର ଛାଡ଼ି ନିରାପଦ ସ୍ଥାନକୁ ଚାଲିଯାଉଛନ୍ତି। ପାକ୍‌ ସେନା ବାରମ୍ବାର ଏଭଳି କରୁଥିଲେ ମଧ୍ୟ ଇମ୍ରାନ ଏହି ପ୍ରସଙ୍ଗରେ ମୁହଁ ଖୋଲୁନାହାନ୍ତି। କେବଳ ନିଜ ଅସଲ ଚେହେରା ଘୋଡ଼ାଇବା ଲାଗି ଆମେ ଚାହୁଁଛୁ ବୋଲି ଡିଣ୍ଡିମ ପିଟୁଥିବା ସ୍ପଷ୍ଟ ହେଉଛି।

Previous ୨୯ତମ ରାଜ୍ୟ ଓଡିଆ ଚଳଚ୍ଚିତ୍ର ପୁରସ୍କାର ସମାରୋହ : ବିଭିନ୍ନ ବିଭାଗରେ ୨୬ ଜଣ ସମ୍ମାନୀତ
Next ଚାନ୍ଦବାଲିରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

No Comment

Leave a reply

Your email address will not be published. Required fields are marked *