ଭୁବନେଶ୍ବର-କଟକ ସହ ଭଦ୍ରକ ପୌରାଞ୍ଚଳ ଆଜିଠୁ ୪୮ ଘଣ୍ଟା ପାଇଁ ପୂର୍ଣ୍ଣ ସଟ୍‌ଡାଉନ

48hourShutdown in in Bhubaneswar- Cuttack & Bhadrak Town

ଗୋଟିଏ ପକ୍ଷରେ ଆଜି ରାଜ୍ୟର ଷଷ୍ଠ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ପକ୍ଷରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି ଯେ ଭୁବନେଶ୍ବର, କଟକ ଓ ଭଦ୍ରକ ୪୮ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ସଟ୍‌ଡାଉନ୍ ରହିବ।ଆଜି ରାତି ୮ଟାରୁ ରବିବାର ରାତି ୮ଟା ଯାଏ ଏହି ୩ ସହର ସମ୍ପୂର୍ଣ୍ଣ ସଟ୍‌ଡାଉନରେ ରହିବ। ଗୋଷ୍ଠୀ ସଂକ୍ରମଣ ରୋକିବାକୁ ରବିବାର ଯାଏ  ସଟ୍‌ଡାଉନ କରାଯାଇଛି।

ସଟ୍‌ଡାଉନ ବେଳେ କୌଣସି ଲକ୍‌ଡାଉନ ପାସ୍‌ କାମ କରିବନି। ତାହା ସହ ଗ୍ରୋସରି, ପରିବା, ମାଛ ଓ ମାଂସ ପରି ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନମାନ ବନ୍ଦ ରହିବ। କେଉଁ ମେଡିସିନ ଷ୍ଟୋର ଖୋଲିବ ସେ ନିଷ୍ପତ୍ତି ଜିଲ୍ଲାପାଳମାନେ ନେବେ। ସ୍ବାସ୍ଥ୍ୟ ସମସ୍ୟା ହେଲେ ଆମ୍ବୁଲାନ୍ସକୁ ଫୋନ କରି ଡାକ୍ତରଖାନା ଯାଇପାରିବେ ଜନସାଧାରଣ। ସଟ୍‌ଡାଉନ ନିୟମ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଭୁବନେଶ୍ବର,କଟକ ମହାନଗର ନିଗମ ଓ ଭଦ୍ରକ ପୌରାଞ୍ଚଳ ବ୍ୟତୀତ ୧୮ଟି ପଞ୍ଚାୟତ/ଗ୍ରାମାଞ୍ଚଳରେ ବି ଲାଗୁ ହେବ ସଟ୍‌ଡାଉନ ସେଗୁଡିକ ହେଲା ବାସୁଆଘାଇ, ଶିଶୁପାଳଗଡ, ଲିଙ୍ଗିପୁର, ରଣସିଂହପୁର, ତମାଣ୍ଡୋ, ମଳିପଡ଼ା, ଅନ୍ଧାରୁଆ, କଳାରାହାଙ୍ଗ, ରଘୁନାଥପୁର, ବରମୁଣ୍ଡା, ଦାରୁଠେଙ୍ଗ/ଚନ୍ଦକା, ଧଉଳି, ଯାଁଳା, ସିଜୁଆ, ବାଳକାଟି(ପ୍ରତାପ ଶାସନ), ବାଲିଅନ୍ତା, ଜଗନ୍ନାଥପୁର, ଜଟଣୀର ପ୍ରଧାନସାହିରେ ବି ହେବ ସଟ୍‌ଡାଉନ। ଡାକ୍ତରଖାନା, ପୋଲିସ, ଅଗ୍ନିଶମ, ଆମ୍ବୁଲାନ୍ସ ପାଇଁ ସଟ୍‌ଡାଉନ ନିୟମରେ କୋହଳ କରାଯିବ। ଏହାସହ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ସଚିବଙ୍କ ଦ୍ବାରା ଚିହ୍ନଟ ଦୂର ଯୋଗାଯୋଗ ସେବା, ପୌରାଞ୍ଚଳ ଦ୍ବାରା ଚିହ୍ନଟ ପେଟ୍ରୋଲ ପମ୍ପ, କରୋନା କଲ୍‌ ସେଣ୍ଟର,
ପୋଲିସ ଦ୍ବାରା ଅନୁମତିପ୍ରାପ୍ତ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧି , ଗାଡ଼ି, ରେଳ ଓ ବିମାନ ଦ୍ବାରା ମାଲ୍‌ ପରିବହନ କଟକଣା ମୁକ୍ତ ରହିବ।
ସରକାରୀ ଜଳଯୋଗାଣ, ସଫେଇ ଓ ପରିମଳ ସେବା , ବିଦ୍ୟୁତ୍‌ ସେବା, ସ୍ବତନ୍ତ୍ର ଅନୁମତିପ୍ରାପ୍ତ ଔଷଧ ଦୋକାନ କଟକଣା ମୁକ୍ତ ରହିବ।  ୪୮ ଘଣ୍ଟା ସଟ୍‌ଡାଉନ୍‌ ନିଷ୍ପତ୍ତି ପ୍ରସଙ୍ଗରେ ନେଇ ଏସସିବି ଭେଷଜ ବିଭାଗ ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା କହନ୍ତି ଏହି ଭୂତାଣୁ ନାକ, ପାଟି, ଲାଳ ଦ୍ୱାରା ବ୍ୟାପୁଥିବାରୁ ଭୂତାଣୁ ପୋଷାକ, ବହି, ଚଷମା ଆଦିରେ ଥିଲେ, ୪୮ରୁ ୭୨ ଘଣ୍ଟାରେ ମରିଯିବେ, ଯଦି ପୂର୍ଣ୍ଣ ସଟଡାଉନ୍ କରାଯିବ, ତେବେ ଏହା ମରିଯିବାର ସମ୍ଭାବନା ଅଧିକ।
ସଟ୍ ଡାଉନ୍ ନେଇ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କ ସୂଚନା ଭୁବନେଶ୍ବର ଓ କଟକକୁ କୌଣସି ଗାଡ଼ି ମୋଟର ପ୍ରବେଶ ପାଇଁ ଅନୁମତି ନାହିଁ, ଦୁଇ ଦିନ ପେଟ୍ରୋଲ ପମ୍ପ ବନ୍ଦ ରହିବ, କାଲି ବ୍ୟାଙ୍କ ବନ୍ଦ ରହିବ।

Previous ଲକ୍ ଡାଉନ୍ ସମୟରେ ପରିବା ନମିଳିବା ନେଇ ଚିନ୍ତିତ କି? ବିନା ପରିବାରେ ତିଆରି କରନ୍ତୁ ଏସବୁ ଖାଦ୍ୟ
Next ଚାଷୀମାନେ ଗାଡ଼ିରେ ପରିବା ନେଇ ପାରିବେ

No Comment

Leave a reply

Your email address will not be published. Required fields are marked *