ନ୍ୟୁଜିଲାଣ୍ଡର ଅଲ୍‌ନୂର ମସ୍‌ଜିଦରେ ଗୁଳିମାଡ଼: ୪୦ ମୃତ୍ୟୁ,ସଂଖ୍ୟାଧିକ ଆହତ

40 Dead In Terror Attack In New Zealand

ନ୍ୟୁଜିଲାଣ୍ଡର ଅଲ୍‌ନୂର ମସ୍‌ଜିଦରେ ଆତତାୟୀ ଗୁଳିମାଡ଼ କରିଛନ୍ତି। କିଛି ବନ୍ଧୁକଧାରୀଙ୍କ ଆଖିବୁଜା ଗୁଳିମାଡ଼ରେ ୪୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସଂଖ୍ୟାଧିକ ଆହତ ହୋଇଛନ୍ତି । ତେବେ ଗୁଳିକାଣ୍ଡରେ ଅଳ୍ପକେ ବର୍ତି ଯାଇଛି ନ୍ୟୁଜିଲାଣ୍ଡ ଗସ୍ତରେ ଯାଇଥିବା ବାଂଲାଦେଶ କ୍ରିକେଟ୍ ଟିମ୍ ।  ବାଂଲାଦେଶ କ୍ରିକେଟ୍ ଟିମ୍ ମସଜିଦକୁ ନମାଜ କରିବାକୁ ଯାଇଥିବାବେଳେ ଗୁଳିକାଣ୍ଡ ଘଟିଥିଲା । ହେଲେ ସମସ୍ତ ଖେଳାଳି ସୁରକ୍ଷିତ ଥିବା ଟ୍ବିଟ୍ କରି ସ୍ପଷ୍ଟ କରିଛନ୍ତି ତମିମ ଇକ୍‌ବାଲ। ଘଟଣା ପରେ ଜଣେ ସନ୍ଦିଗ୍ଧକୁ ପୋଲିସ ଅଟକ ରଖିଛି । ନ୍ୟୁଜିଲାଣ୍ଡ ଇତିହାସରେ କଳାଦିନ ବୋଲି ପ୍ରଧାନମନ୍ତ୍ରୀ ଜସିନ୍ଦା ଆର୍ଡ଼ନେ କହିଛନ୍ତି । ଅଜଣା ବନ୍ଧୁକଧାରୀ ସହରରେ ଲୁଚି ରହିଥିବା ସୂଚନା ମିଳିବା ପରେ ସାଉଥ୍ ଆଇସ୍‌ଲ୍ୟାଣ୍ଡ ସିଟିକୁ ନାକାବନ୍ଦୀ କରିଛି ପୋଲିସ।

Previous ଦୁବ ଘାସର ଉପକାରିତା....
Next ଆଇପିଏଲ୍ ସ୍ପଟ୍ ଫିକ୍ସିଙ୍ଗ୍ ମାମଲା: ଶ୍ରୀଶନ୍ଥଙ୍କ ଉପରୁ ହଟିଲା ଆଜୀବନ ପ୍ରତିବନ୍ଧକ !

No Comment

Leave a reply

Your email address will not be published. Required fields are marked *