ତିନି ଓଡ଼ିଆଙ୍କୁ ପଦ୍ମଶ୍ରୀ

3 odia received padmashri award

ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ଓଡିଶାର ତିନି ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମଶ୍ରୀ ପ୍ରଦାନ କରିଛନ୍ତି ମହାମହିମ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ । ସେମାନେ ହେଲେ ଶିଶିର ପୁରୁ ଷୋତ୍ତମ ମିଶ୍ର, ଭବାନୀ ଚରଣ ପଟ୍ଟନାୟକ ଏବଂ ସ୍ୱର୍ଗତଃ ଚନ୍ଦ୍ରଶେଖର ରଥ ।

ଦିବଂଗତ ପ୍ରଫେସର ଚନ୍ଦ୍ରଶେଖର ରଥଙ୍କ ପତ୍ନୀ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ଭାଷା ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ମହତ୍ତ୍ୱପୂର୍ଣ୍ଣ ଅବଦାନ ପାଇଁ ଶ୍ରୀ ରଥଙ୍କୁ ପଦ୍ମଶ୍ରୀ ପ୍ରଦାନ କରାଯାଇଛି । ଅନେକ ଗୁଡିଏ ଉପନ୍ୟାସ, କ୍ଷୁଦ୍ର ଗଳ୍ପ, ପ୍ରବନ୍ଧ, ପଦ୍ୟ ଓ ଅନୁବାଦ ସାହିତ୍ୟ ରଚନା କରିଛନ୍ତି ପ୍ରଫେସର ରଥ । ସାହିତ୍ୟ ଜଗତକୁ ତାଙ୍କର ବିଶିଷ୍ଟ ଅବଦାନ ପାଇଁ ସେ କାଳ କାଳକୁ ଅମର ହୋଇରହିବେ । ସମାଜ ସେବା ପାଇଁ ଗାନ୍ଧିବାଦୀ ତଥା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକଙ୍କୁ ପଦ୍ମଶ୍ରୀ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ । ଭାରତ ଛାଡ ଆନ୍ଦୋଳନ ବେଳେ ଓଡିଶାରେ କୃଷକମାନଙ୍କ ନେତୃତ୍ୱ ନେଇଥିଲେ ଶ୍ରୀ ପଟ୍ଟନାୟକ । ଓଡିଆ ସିନେମା ଜଗତକୁ ଗୁରୁତ୍ୱପୂର୍ଣ୍ଣ ଅବଦାନ ପାଇଁ ଶ୍ରୀ ଶିଶିର ପୁରୁଷୋ ତ୍ତମ ମିଶ୍ରଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିଛି । ତାଙ୍କୁ ଓଡିଆ ସିନେମାର ଦ୍ରୋଣାଚାର୍ଯ୍ୟ କୁହାଯାଏ । ସେ ଏବେ ମୁମ୍ବାଇରେ ରହୁଛନ୍ତି । ସୂଚନା ଯୋଗ୍ୟ ଯେ, ଗତ ମାସରେ ଓଡିଶାର ଦୁଇ ଖ୍ୟାତନାମା ସ୍ଥପତି ପ୍ରଭାକର ମହାରଣା ଏବଂ ଗୋବର୍ଦ୍ଧନ ପାଣିକାଙ୍କୁ ରାଷ୍ଟ୍ରପତି ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଥିଲେ ।

Previous ଅସୁସ୍ଥତାରୁ ମୁକ୍ତି ଦିଏ ନୀରବତା
Next ହିନ୍ଦୋଳ, ଅତାବିରା ଏନଏସିରେ ଭୋଟ ଗ୍ରହଣ ଆରମ୍ଭ

No Comment

Leave a reply

Your email address will not be published. Required fields are marked *