ଖାଁ ଖାଁ ସହର ବଜାର: କରୋନା ମୁକାବିଲା ପାଇଁ ‘ଜନତା କର୍ଫ୍ୟୁ’ ପାଳୁଛି ସାରା ଦେଶ

14-hour 'Janta Curfew'

କରୋନା ମୁକାବିଲା ପାଇଁ ପ୍ରଧାମନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଆଜି ସାରା ଦେଶରେ ପାଳିତ ହେଉଛି ‘ଜନତା କର୍ଫ୍ୟୁ’ । ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ପୂର୍ବରୁ ଜନଗହଳିରେ ଫାଟିପଡ଼ୁଥିବା ଛକ ବଜାର, ରାସ୍ତା ଓ ସହରର ପ୍ରମୁଖ ସ୍ଥାନ ଗୁଡ଼ିକ ଜନଶୂନ୍ୟ ରହିଛି । ଲୋକମାନଙ୍କୁ ଆଜି ସକାଳ 7ଟାରୁ ରାତି 9ଟା ପର୍ଯ୍ୟନ୍ତ ଘରୁ ନବାହାରିବା ପାଇଁ ଆହ୍ୱାନ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାକୁ ରାଜ୍ୟ ସରକାର ମଧ୍ୟ ସମର୍ଥନ ଜଣାଇଥିଲେ ।

ଏଥିସହ ଗତକାଲି ରାଜ୍ୟସରକାରଙ୍କ ପକ୍ଷରୁ ୫ଟି ଜିଲା ୮ଟି ପ୍ରମୁଖ  ସହରକୁ ୨୯ ତାରିଖ ରାତି 9ଟା ପର୍ଯ୍ୟନ୍ତ ପ୍ରାୟତଃ ସମ୍ପୂର୍ଣ୍ଣ ଲକ ଡାଉନ ଘୋଷଣା କରାଯାଇଛି । ଲକ୍ ଡାଉନ ଘୋଷଣା ହୋଇଥିବା ଜିଲ୍ଲା ଗୁଡ଼ିକ ହେଲା ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡ଼ା ଓ ଅନୁଗୁଳ । ଏଥିସହ ସମ୍ବଲପୁର, ଝାରସୁଗୁଡ଼ା, ବାଲେଶ୍ୱର, ଭଦ୍ରକ, ପୁରୀ, ଯାଜପୁର ରୋଡ୍, ଯାଜପୁର ଟାଉନ୍ ଓ ରାଉରକେଲା ସହରକୁ ମଧ୍ୟ ଲକ୍ ଡାଉନ୍ ଘୋଷଣା କରାଯାଇଛି। କେବଳ ଅତ୍ୟାବଶକୀୟ ସାମଗ୍ରୀ ବିକ୍ରି ହେଉଥିବା ଦୋକାନ, ଜରୁରୀ କାଳୀନ ସେବା ଯୋଗାଉଥିବା ସଂସ୍ଥା, ପେଟ୍ରୋଲ ପମ୍ପ, ଔଷଧ ଦୋକାନ ଆଦି ଏହି ସମୟରେ ଖୋଲା ରହିବ ଏବଂ ବାକି ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ଘରୋଇ ସଂସ୍ଥା ଆଦି ବନ୍ଦ ରହିବ ବୋଲି ସରକାରଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଏବେ ସାରା ବିଶ୍ୱରେ 3ଲକ୍ଷରୁ ଅଧିକ ଲୋକ କରୋନା ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 13 ହଜାର ଟପିଛି । ଭାରତରେ 341 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 5 ଜଣଙ୍କ ମୃତ୍ୟୁ ଘଟିଛି । ମହାରାଷ୍ଟ୍ରରେ ଦେଶର ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଓଡି଼ଶାରେ ଆକ୍ରାନ୍ତଙ୍କ ସଂଖ୍ୟା 2 ରହିଛି ।

Previous ଲକ୍ ଡାଉନ ବେଳେ କ'ଣ ଖୋଲା ରହିଛି, କ'ଣ ରହିଛି ବନ୍ଦ
Next ବଢାନ୍ତୁ ରୋଗପ୍ରତିରୋଧକ ଶକ୍ତି

No Comment

Leave a reply

Your email address will not be published. Required fields are marked *