ଜୋର ଧରିଲା ବଣାଇକୁ ଜିଲ୍ଲା ମାନ୍ୟତା ଦାବି, ୧୨ ଘଣ୍ଟିଆ ବନ୍ଦ ପାଳନ

12hour bandh in bonai

ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡକୁ ଜିଲ୍ଲା ଘୋଷଣା ଦାବିରେ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ୪ଟି ବ୍ଲକରେ ଏହି ବନ୍ଦ ପାଳନ କରାଯାଉଛି। ବଣାଇ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ବନ୍ଦ ପ୍ରଭାବରେ ଚାରଟି ଜାକ ବ୍ଲକରେ ଦୋକାନ ବଜାର ବନ୍ଦ ରହିବା ସହ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। କାର୍ଯ୍ୟସ୍ଥଳୀ ଓ ଶିକ୍ଷାନୁଷ୍ଠାନକୁ ଯିବାରେ ସମସ୍ୟା ଦେଖାଦେଇଛି। ଆଜିର ଏହି ବଣାଇ ବନ୍ଦ ଡାକରାକୁ ବିଭିନ୍ନ ଦଳ ପକ୍ଷରୁ ସମର୍ଥନ ମିଳିଛି । ସକାଳ ୬ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବଣାଇ ଉପଖଣ୍ଡରେ ବନ୍ଦ ପାଳନ ହେବ।

Previous ସରସ୍ୱତୀ ପୂଜା ଭସାଣ ବେଳେ ଗୋଷ୍ଠୀ ସଂଘର୍ଷ
Next ବଦଳିଲେ ୨୬ଟି ଥାନାର ଆଇଆଇସି

No Comment

Leave a reply

Your email address will not be published. Required fields are marked *