ଆଜିଠୁ ମ୍ୟାଟ୍ରିକ ପରୀକ୍ଷା,୨ ୯୫୩ଟି କେନ୍ଦ୍ରରେ ୫ ଲକ୍ଷ ୮୭ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଲେ

10th exam starts from today

ଆଜିଠାରୁ ସାରା ରାଜ୍ୟରେ ଆରମ୍ଭ ହୋଇଛି ମ୍ୟାଟ୍ରିକ ପରୀକ୍ଷା। ୨ ୯୫୩ଟି ପରୀକ୍ଷା କେନ୍ଦ୍ରରେ ୫ ଲକ୍ଷ ୮୭ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ଆଜି ସକାଳେ ପୂର୍ବ ସୂଚୀ ଅନୁଯାୟୀ ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରରେ ପହଁଚିବା ପରେ କଡା ସୁରକ୍ଷା ମଧ୍ୟରେ ପରୀକ୍ଷା ଆରମ୍ଭ ହୋଇଛି । ପ୍ରଶ୍ନପତ୍ର ଲିକ୍ ରୋକିବାକୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ପ୍ରଶ୍ନପତ୍ର ରଖିବା ପାଇଁ ରାଜ୍ୟରେ ୭ ଶହ ନୋଡାଲ ସେଂଟର କରାଯାଇଛି । ନୋଡାଲ ସେଣ୍ଟରରୁ ପରୀକ୍ଷାକେନ୍ଦ୍ରକୁ ପ୍ରଶ୍ନପତ୍ର ସ୍ଥାନାନ୍ତର ପାଇଁ ୬୯୩ଟି ଡେସ୍‌ପ୍ୟାଚ୍‌ ଟିମ୍‌ ଗଠିତ ହୋଇଛି । ପରୀକ୍ଷା ସୁପରିଚାଳନା ପାଇଁ ୫୮ଟି ଜିଲ୍ଲାସ୍ତରୀୟ ସ୍କ୍ବାଡ୍, ବୋର୍ଡର ୪୪ଟି କେନ୍ଦ୍ରୀୟ ସ୍କ୍ବାଡ୍ ସମେତ ଜିଲ୍ଲାପାଳଙ୍କ ତତ୍ତ୍ବାବଧାନରେ ସ୍ବତନ୍ତ୍ର ସ୍କ୍ବାଡ୍ ଗଠନ କରାଯାଇଛି । କେବଳ କେନ୍ଦ୍ର ସୁପରିଟେଣ୍ଡେଣ୍ଟଙ୍କୁ ଛାଡିଦେଲେ ମାଟ୍ରିକ୍ ପରୀକ୍ଷା ପରିଚାଳନା ସହ ସଂପୃକ୍ତ ଅନ୍ୟ କେହି ପରୀକ୍ଷା କେନ୍ଦ୍ରକୁ ମୋବାଇଲ ଫୋନ ନେଇପାରିବେ ନାହିଁ ବୋଲି ନିର୍ଦେଶ ରହିଛି । ସକାଳ ୧୦ଟାରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇଛି। ଆଜି ପ୍ରଥମ ଭାଷା ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ । ଆଠ ଦିନି ଧରି ଚାଲିବ ଏହି ପରୀକ୍ଷା ।

Previous ନିୟମଗିରି ପାହାଡ଼ରୁ ମାଓ କ୍ୟାମ୍ପ ଠାବ
Next ମ୍ୟାଟ୍ରିକ ପ୍ରଶ୍ନପତ୍ର ଲିକ୍‌ !

No Comment

Leave a reply

Your email address will not be published. Required fields are marked *