ପୁଲିସ- ମାଓବାଦୀ ଗୁଳି ବିନିମୟ, ୧୦ ମାଓବାଦୀ ନିହତ

10 Maoists died in police encounter

ମାଲକାଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଆଜି ମାଓବାଦୀ-ପୋଲିସ ମଧ୍ୟରେ ଗୁଳି ବିନିମୟ ହୋଇ ୧୦ ମାଓବାଦୀ ନିହତ ହୋଇଛନ୍ତି । ଧରମଗଡ଼ ତାଡକି ଜଙ୍ଗଲରେ ପୋଲିସ-ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିବା ସୂଚନା ମିଳିଛି। ବର୍ତମାନ ସୁଦ୍ଧା ୧୦ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ସଂଖ୍ୟା ବଢିପାରେ ବୋଲି କୁହା ଯାଉଛି। ଏବେ ମଧ୍ୟ ସମ୍ପୃକ୍ତ ଅଞ୍ଚଳରେ ଗୁଳିବିନିମୟ ସହ ସୁରକ୍ଷା କର୍ମୀଙ୍କ ତଲାସି ଜାରି ରହିଛି । ଏହାସହ ଘଟଣା ସ୍ଥଳରୁ ସୁରକ୍ଷା କର୍ମୀ ୧୧ଟି ବନ୍ଧୁକ ଜବତ କରିଛନ୍ତି । ବିଜାପୁର ଏସ୍‌ପି ଦେଇଥିବା ସୂଚନା ଅନୁଯାୟୀ, ଧରମଗଡ଼ ଜଙ୍ଗଲରେ ମାଓ କ୍ୟାମ୍ପ ଚାଲିଥିିବା ନେଇ ପୁଲିସକୁ ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ ସିଆରପିଏଫ , ଏସଟିଏଫ ଓ ଜିଲ୍ଲା ପୁଲିସକୁ ନେଇ ଗଠିତ ଟିମ୍‌ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ମାଓବାଦୀ- ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ୧୦ ଜଣ ମାଓବାଦୀଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟମାନେ ଆହତ ହୋଇ ଜଙ୍ଗଲ ଭିତରକୁ ଚାଲି ଯାଇଥିଲେ। ସେହିଭଳି ଆଜି ସକାଳେ ନୂଆପଡ଼ା ଜିଲ୍ଲା ବୋଡେନ ଥାନା ଅନ୍ତର୍ଗତ କାଟଫାର ଜଙ୍ଗଲରୁ ମାଓ କ୍ୟାମ୍ପ ଠାବ କରାଯାଇ ୫ ଟି ଟିଫିନ ବୋମା ଓ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିଲା ।

Previous ମଜାରେ ମଜାରେ ଗଣିତ ଶିଖନ୍ତୁ
Next ଚଳଚ୍ଚିତ୍ର ଓ ଧାରାବାହିକ ପୁରସ୍କାର ପାଇଁ ଜୁରି କମିଟି ଗଠନ

No Comment

Leave a reply

Your email address will not be published. Required fields are marked *