ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କଲେ ୫ ଦିନିଆ ରାଜ୍ୟସ୍ତରୀୟ କୃଷି ମହୋତ୍ସବ ‘କୃଷି ଓଡ଼ିଶା’

Odisha CM Naveen pattnaik innagurates krushiodisha workshop

ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ୫ ଦିନିଆ ‘କୃଷି ଓଡ଼ିଶା’ ସମ୍ମିଳନୀକୁ ଆଜି ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ଉପସ୍ଥିତ କୃଷକ, କୃଷିଶ୍ରମିକମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ, ଚାଷୀମାନଙ୍କ ପାଇଁ ରାଜ୍ୟ ସରକାର ବେଶ୍‌ ସମ୍ବେଦନଶୀଳ। କୃଷି ଓ କୃଷକର ଉନ୍ନତି ପାଇଁ ରାଜ୍ୟ ସରକାର ‘କାଳିଆ’ ଯୋଜନା ଆରମ୍ଭ କରିଛନ୍ତି। କାଳିଆ ଯୋଜନା ଚାଷୀମାନଙ୍କର ବହୁତ ପସନ୍ଦ ହୋଇଛି, ‘କାଳିଆ’ ସାରା ଦେଶର କୃଷକଙ୍କୁ ଉନ୍ନତିର ବାଟ ଦେଖାଇବା ସହ ଏକ ଆଦର୍ଶ ଯୋଜନା ହେବାକୁ ଯାଉଛି, ‘କାଳିଆ’ ସହାୟତା ରାଶି ଚାଷ କାମରେ ଲଗାଇ ଚାଷୀ ଉପକୃତ ହେଲେ ମୁଁ ଖୁସି ହେବି ବୋଲି ସେ କହିଛନ୍ତି । ଏହି ଯୋଜନା ରାଜ୍ୟ ସରକାରଙ୍କର ସବୁଠାରୁ ବଡ଼ ଯୋଜନା, ‘କାଳିଆ’ ଯୋଜନାରେ ଚାଷୀ ରୋଜଗାର ପାଇଁ ବାଟ ଖୋଲିବବୋଲି ସେ ନିଜ ବକ୍ତବ୍ୟରେ କହିଥିଲେ । ଏହାସହ ରାଜ୍ୟର କୃଷକମାନଙ୍କ କାର୍ଯ୍ୟଦକ୍ଷତା ଉପରେ ମୋର ଢ଼େର ବିଶ୍ୱାସ ରହିଛି ବୋଲିି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିବା ସହିତ କୃଷି କ୍ଷେତ୍ରରେ ରାଜ୍ୟକୁ ଆହୁରି ବିକଶିତ କରାଇବାକୁ ସେମାନଙ୍କୁ ଆହ୍ଵାନ ଦେଇଥିଲେ। ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ କୃଷି ମନ୍ତ୍ରୀ ଶଶିଭୂଷଣ ବେହେରା, କୃଷି ବିଭାଗର ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ ମତ୍ସ୍ୟ ଓ ପ୍ରାଣୀ ସମ୍ପଦର କମିସନର ତଥା ସଚିବ ବିଶାଳ ଗଗନ ପ୍ରମୁଖ ଉପସ୍ଥିତ ଥିଲେ। ଆଜିଠାରୁ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ରାଜ୍ୟସ୍ତରୀୟ କୃଷି ମହୋତ୍ସବ।

Previous ଭାରତ ଅର୍ଥନୀତିର ବିକାଶ ଓ ନିଯୁକ୍ତି ସୃଷ୍ଟିରେ ଏମ୍ଏସ୍ଏମ୍ଇମାନେ ପ୍ରମୁଖ ଭୂମିକା ଗ୍ରହଣ କରିବେ: ନାଲ୍କୋ ଅଧ୍ୟକ୍ଷ
Next ରାଜ୍ୟରେ ଆରମ୍ଭ ହେଲା 'ସୁନେତ୍ର' ଯୋଜନା,ସମସ୍ତେ ପାଇବେ ମାଗଣା ଚକ୍ଷୁ ସ୍ୱାସ୍ଥ୍ୟସେବା

No Comment

Leave a reply

Your email address will not be published. Required fields are marked *