୨୪ ବିଧାୟକଙ୍କୁ ଶ୍ରେଷ୍ଠ ବିଧାୟକ ସମ୍ମାନ

Odisha 24 best MLA Award

ନିଜ ଅଞ୍ଚଳର ସାମଗ୍ରିକ ଉନ୍ନତି ପାଇଁ ରାଜ୍ୟର ୨୪ଜଣ ବିଧାୟକଙ୍କୁ ଶ୍ରେଷ୍ଠ ବିଧାୟକ ସମ୍ମାନରେ ସମ୍ମାନିତ କରାଯାଇଛି । ରାଜ୍ୟ ବିଧାନସଭା ଦ୍ୱାରା ଆୟୋଜିତ ସମ୍ବର୍ଦ୍ଧର୍ନା ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯାଇଛି। ୨୦୦୯ରୁ ୨୦୧୬ ପର୍ଯ୍ୟନ୍ତ ଉକୃଷ୍ଟ ଅବଦାନ ପାଇଁ ଏହି ସମ୍ମାନ ଦିଆଯାଇଛି। ବାଚସ୍ପତି ପ୍ରଦୀପ କୁମାର ଅମାତ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ ମନ୍ତ୍ରିମଣ୍ଡଳ ସଦସ୍ୟମାନଙ୍କ ଉପସ୍ଥିତିରେ ଏହି ସମ୍ମାନ ପ୍ରଦାନ କରାଯାଇଛି। ଶ୍ରେଷ୍ଠ ବିଧାୟକମାନଙ୍କୁ ପଣ୍ଡିତ ନୀଳକଣ୍ଠ ଦାସ, ଉତ୍କଳମଣି ଗୋପବନ୍ଧୁ ଦାଶ ଓ ଉତ୍କଳ ଗୌରବ ମଧୁସୂଦନ ଦାସ ସମ୍ମାନ ପ୍ରଦାନ କରାଯାଇଛି । ପଣ୍ଡିତ ନୀଳକଣ୍ଠ ଦାସ ସମ୍ମାନରେ ବିଷ୍ଣୁଚରଣ ଦାସ(୨୦୦୯), ଅରୁଣ କୁମାର ସାହୁ(୨୦୧୦), ପ୍ରଭାତ କୁମାର ବିଶ୍ୱାଳ(୨୦୧୧), ଡା. ପ୍ରଫୁଲ ମାଝୀ(୨୦୧୨), ଅମର ପ୍ରସାଦ ଶତପଥୀ(୨୦୧୩), ପ୍ରମିଳା ମଲ୍ଲିକ(୨୦୧୪), ରଣେନ୍ଦ୍ର ପ୍ରତାପ ସ୍ୱାଇଁ(୨୦୧୫) ଓ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ(୨୦୧୬)ଙ୍କୁ ସମ୍ମାନିତ କରାଯାଇଛି।
ସେହିଭଳି ଉତ୍କଳ ଗୌରବ ସମ୍ମାନରେ ସୁରେନ୍ଦ୍ର ନାଥ ନାୟକ(୨୦୦୯), ବିମ୍ବାଧର କୁଅଁର(୨୦୧୦), ନିତ୍ୟାନନ୍ଦ ପ୍ରଧାନ(୨୦୧୧), ଉମେଶ ଚନ୍ଦ୍ର ସ୍ୱାଇଁ(୨୦୧୨), ବିକ୍ରମ କେଶରୀ ବର୍ମା(୨୦୧୩), ରାଜେନ୍ଦ୍ର ଢୋଲକିଆ(୨୦୧୪), ସୁରେନ୍ଦ୍ର ନାଥ ପରମାଣିକ(୨୦୧୫) ଓ ଚକ୍ରଧର ପାଇକ(୨୦୧୬) ସମ୍ମାନିତ ହୋଇଛନ୍ତି । ଉତ୍କଳମଣି ସମ୍ମାନରେ ସଂଜୟ କୁମାର ଦାସବର୍ମା (୨୦୦୯), ପ୍ରୀତିରଞ୍ଜନ ଘଡ଼େଇ (୨୦୧୦), ସମୀର ରଂଜନ ଦାଶ (୨୦୧୧), ପ୍ରଶାନ୍ତ କୁମାର ମୁଦୁଲି (୨୦୧୨), ବିଜୟ କୁମାର ମହାନ୍ତି(୨୦୧୩), ଡା. ରାସେଶ୍ୱରୀ ପାଣିଗ୍ରାହୀ(୨୦୧୪), ଦିବ୍ୟଶଙ୍କର ମିଶ୍ର(୨୦୧୫) ଓ ପ୍ରଦୀପ ପୁରୋହିତ(୨୦୧୬)ଙ୍କୁ ସମ୍ମାନିତ କରାଯାଇଛି।

Previous ସ୍ଥାପତ୍ୟ ସହ ପ୍ରକୃତିର ସହର ବାରିପଦା
Next ସୁନ୍ଦର ତ୍ୱଚା ପାଇଁ ଫଳ

No Comment

Leave a reply

Your email address will not be published. Required fields are marked *