କର୍ଣ୍ଣାଟକରେ ଜେଡିଏସ ଓ କଂଗ୍ରେସ ମେଣ୍ଟ ସରକାର ଭାଙ୍ଗିବା ପରେ ଆଜି ସରକାର ଗଠନ କରିପାରେ ବିଜେପି। ରାଜ୍ୟପାଳ ବାଜୁଭାଇ ବାଲାଙ୍କୁ ଭେଟି ବିଜେପି ବିଧାୟକ ବିଏସ୍ ୟେଦ୍ଦୁରପ୍ପା ସରକାର ଗଢ଼ିବା ପାଇଁ ଦାବି କରିଛନ୍ତି। ସୂଚନା ଅନୁସାରେ, ଆଜି ସଂଧ୍ୟାରେ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ନେଇ ରାଜ୍ୟପାଳଙ୍କୁ ଅନୁରୋଧ କରିଛନ୍ତି । ବିଧାନସଭାରେ ତାଙ୍କ ଦଳ ବହୁମତ ସାବ୍ୟସ୍ତ କରିବ ବୋଲି ୟେଦ୍ଦୁରପ୍ପା ଦୃଢୋକ୍ତି ପ୍ରକାଶ କରିଛନ୍ତି। କର୍ଣ୍ଣାଟକରେ ବିଜେପି ନିକଟରେ ଏବେ ୧୦୫ ଜଣ ବିଧାୟକ ଅଛନ୍ତି । ଗତକାଲି ବିଦ୍ରୋହୀ ୧୫ ବିଧାୟକରୁ ୩ ବିଧାୟକଙ୍କୁ ବାଚସ୍ପତି ରମେଶ କୁମାର ଅଯୋଗ୍ୟ ଘୋଷଣା କରିବା ପରେ ଆଜି ବିଜେପି ସରକାର ଗଢ଼ିବା ପାଇଁ ଦାବି କରିଛି। ଅନ୍ତିମ ଥର ପାଇଁ କର୍ଣ୍ଣାଟକାରେ ୪୮ ଘଣ୍ଟା ପାଇଁ ୟେଦ୍ଦୁରପ୍ପା ମୁଖ୍ୟମନ୍ତ୍ରୀ ହୋଇଥିଲେ। ତାଙ୍କ ଦଳ ବିଜେପି ନିର୍ବାଚନରେ ଏକାକୀ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲେ ମଧ୍ୟ ଗୃହରେ ବହୁମତ ସାବ୍ୟସ୍ତ କରି ପାରିନଥିଲା ଏହାପରେ ତାଙ୍କ ସରକାର ଭାଙ୍ଗି ଯାଇଥିଲା। ପରେ କଂଗ୍ରେସ-ଜେଡିଏସ ମେଣ୍ଟ କରି ସରକାର ଗଢ଼ିଥିଲେ। ହେଲେ ପ୍ରାୟ ଦେଢ଼ ବର୍ଷ ପରେ ସରକାର ବିରୋଧରେ ୧୫ ଜଣ ବିଧାୟକ ବିଦ୍ରୋହୀ ହେବା ପରେ ଆସ୍ଥା ଭୋଟ ହୋଇଥିଲା ଯେଉଁଥିରେ କୁମାରସ୍ୱାମୀ ହାରି ଯାଇ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ।
କର୍ଣ୍ଣାଟକରେ ଆଜି ସରକାର ଗଢ଼ିପାରେ ବିଜେପି
bjp leader bs yeddyurappa claim to form government will sworn as cm at 6pm

No Comment