ପଦୁଅଁ ଦଳରେ ଅନୁ ଓ ମିହିର

ANU CHOUDHURY AND MIHIR DAS ALL SET TO JOIN IN BJP

ଓଡିଆ ସିନେ ଜଗତର ଲୋକପ୍ରିୟ ଅଭିନେତା ମିହିର ଦାସ ଏବଂ ଲାସ୍ୟମୟୀ ଅଭିନେତ୍ରୀ ଅନୁ ଚୌଧୁରୀ ଭାରତୀୟ ଜନତା ପାର୍ଟି(ବିଜେପି)ରେ ଯୋଗଦେବେ । ଏ ସଂକ୍ରାନ୍ତରେ ସୂଚନା ଦେଇଛନ୍ତି ବିଜେପି ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ । ଗତ କିଛି ଦିନ ତଳେ ବିଜେଡି ଛାଡିଥିବା ସତ୍ୟବାଦୀ ବିଧାୟକ ରମାରଞ୍ଜନ ବଳିଆରସିଂହ ମଧ୍ୟ ବିଜେପିରେ ବିଧିବଦ୍ଧ ଭାବେ ଯୋଗଦେବେ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ବିକାଶ ପଥରେ ଆଗେଇଚାଲିଛି । ବିଜେପିରେ ଯୋଗଦେଇ ଲୋକଙ୍କ ସେବା କରିବି ବୋଲି କହିଛନ୍ତି ଭେଟରାନ୍ ଓଡିଆ ଅଭିନେତା ମିହିର ଦାସ । ସମଗ୍ର ଦେଶରେ ଓଡିଶା ଏକ ପଛୁଆ ରାଜ୍ୟ ଭ।ବେ ବିବେଚିତ ହେବା ନିଶ୍ଚିତରୂପେ ଦୁର୍ଭାଗ୍ୟର ବିଷୟ । କଳା ଓ ସଂସ୍କୃତିର ବିକାଶ ପାଇଁ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଉନାହାଁନ୍ତି ବୋଲି କହିଛନ୍ତି ଶ୍ରୀ ଦାସ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗଦେବାର ନିଷ୍ପତ୍ତି ନେଇଛି ବୋଲି କହିଛନ୍ତି ଲୋକପ୍ରିୟ ଓଡିଆ ଅଭିନେତ୍ରୀ ଅନୁ ଚୌଧୁରୀ ।

Previous ସିଏସକେ କୋଚ ଭୂମିକାରେ ଫ୍ଲେମିଂ
Next ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଏକ ପୁରସ୍କାର

No Comment

Leave a reply

Your email address will not be published. Required fields are marked *