ଶରୀରକୁ ସୁସ୍ଥ ରଖିବା ପାଇଁ ଖାଦ୍ୟ ଓ ପାନୀୟଜଳର ଯେତିକି ଆବଶ୍ୟକତା ରହିଛି ସେତିକି ଜରୁରୀ ନିୟମିତ ଯୋଗ ଏବଂ ପ୍ରାଣାୟମର । ପ୍ରତିଦିନ ପ୍ରାତଃକାଳରେ କିଛି ସମୟ ଯୋଗ ଓ ପ୍ରାଣାୟମ କଲେ ଶରୀରରେ ଫୁର୍ତ୍ତି ଆସିବା ସହ ସୁସ୍ଥ ଓ ନିରୋଗ ଜୀବନ ଆମେ ବିତାଇ ପାରିବା । ଏମିତି କିଛି ଯୋଗାସନ ବିଷୟରେ ଆମେ ଆପଣମାନଙ୍କୁ କହିରଖୁଛୁ ଯାହାକୁ ନିୟମିତ ଅଭ୍ୟାସରେ ପରିଣତ କଲେ ଶରୀର ସୁସ୍ଥ ରହିବ ।
ଅର୍ଦ୍ଧଚନ୍ଦ୍ର ଆସନ – ଚିତ୍ରରେ ଦିଶୁଥିବା ଭଳି ସିଧା ଛିଡ଼ା ହୋଇ ଶରୀରକୁ ଅର୍ଦ୍ଧଚନ୍ଦ୍ର ଆକାରରେ ବାମ ଓ ଡାହାଣକୁ କରିବାକୁ ପଡ଼େ । ଏହି ଆସନ ଶରୀର ପାଇଁ ବେଶ ଫଳପ୍ରଦ ।
ଭୁଜଙ୍ଗ ଆସନ – ନିୟମିତ ଏହି ଆସନ କଲେ ଅଣ୍ଟା ଜନିତ ସମସ୍ୟା ଦୂର ହେବାସହ ପିଠି ଓ ମେରୁଦଣ୍ଡ ପାଇଁ ବେଶ ଲାଭଜନକ ।
ବାଲାସନ – ଏହି ଆସନ କରିବା ଦ୍ୱାରା ଚିନ୍ତା ଦୂରହୁଏ । ଶରୀରର ସନ୍ତୁଳନ ରକ୍ଷା ଏବଂ ରକ୍ତସଂଚାରକୁ ସ୍ୱାଭାବିକ ରଖିବା ପାଇଁ ବାଲାସନ କରିବା ଆବଶ୍ୟକ ।
ନଟରାଜ ଆସନ – ଏହି ଆସନ ଦ୍ୱାରା କାନ୍ଧ, ବାହୁ ଏବଂ ଗୋଡ଼ ମଜବୁତ ହୁଏ । ନିୟମିତ ଜୀବନରେ କ୍ରମାଗତ ଭାବେ ଗୋଟିଏ ସ୍ଥାନରେ ବସିକି କାମ କରୁଥିବା ବ୍ୟକ୍ତିଙ୍କ ପାଇଁ ନଟରାଜ ଆସନ ବେଶ ଲାଭଜନକ ।
ଗୋମୁଖ ଆସନ – ତଳେ ବସି ଏହି ଆସନ କରିବା ଦ୍ୱାରା ଶରୀର ଗଠନ ଠିକ୍ ରୁହେ । ମହିଳାମାନେ ଏହି ଆସନ ନିୟମିତ କରିବା ଆବଶ୍ୟକ ।
ହଳାସନ – ନିୟମିତ ଏହି ଆସନକୁ ଅଭ୍ୟାସରେ ପରିଣତ କଲେ ମେରୁଦଣ୍ଡ ହାଡ଼ ଫ୍ଲେକ୍ସିବଲ୍ ରୁହେ । ପେଟ ରୋଗ, ଥାଇରଏଡ୍ ଏବଂ କଫ ଆଦି ସମସ୍ୟାରୁ ମୁକ୍ତି ପାଇବା ପାଇଁ ହଳାସନ ବେଶ ଜରୁରୀ ।
ସେତୁବନ୍ଧ ଆସନ – ଏହି ଆସନ କରିବା ଦ୍ୱାରା ପେଟର ମାଂସପେଶୀ ଏବଂ ଜଙ୍ଘ ଉପରେ ପ୍ରଭାବ ପଡ଼ିଥାଏ । ଏହାକୁ ନିୟମିତ ଅଭ୍ୟାସରେ ପରିଣତ କଲେ ଶରୀରରେ ଶକ୍ତି ବଢ଼େ ।
ରକିଂ ଚେୟାର ଆସନ – ଏହାଦ୍ୱାରା ମେରୁଦଣ୍ଡ ସୁଦୃଢ଼ ହୁଏ ଏବଂ ଶରୀରରେ ରକ୍ତ ସଂଚାର ବୃଦ୍ଧି ଘଟେ ।
ସୁଖାସନ – ବସିକି ଏହି ଆସନ କଲାବେଳେ ଦୀର୍ଘ ନିଶ୍ୱାସ ନେବାକୁ ଓ ଛାଡ଼ିବାକୁ ପଡ଼ିଥାଏ । ଏହାଦ୍ୱାରା ମନ ଶାନ୍ତ ରହେ ।
ତ୍ରୀକୋଣ ମୁଦ୍ରାସନ – ଏହି ଆସନ ଅଭ୍ୟାସ କରିବା ଦ୍ୱାରା ଥକାପଣ ଓ ଚିନ୍ତା ଦୂର ହେବାସହ ଶରୀର ଫ୍ଲେକ୍ସିବଲ୍ ରହେ ।
ଉଷ୍ଟାସନ – ଏହି ମୁଦ୍ରା କଲାବେଳ ଶରୀର ଓଟ ଭଳି ଦେଖାଯାଉଥିବାରୁ ଏହାକୁ ଉଷ୍ଟାସନ କୁହାଯାଏ । ଏହାଦ୍ୱାରା ଶରୀର ମଜବୁତ ହୁଏ ଓ ଫୁସଫୁସର କାର୍ଯ୍ୟକ୍ଷମତା ବଢ଼େ ।
ବଜ୍ରାସନ – ଯଦି ଆପଣଙ୍କର ପିଠି ଏବଂ ଅଣ୍ଟା ଜନିତ ସମସ୍ୟା ରହିଛି ତେବେ ନିୟମିତ ବଜ୍ରାସନ କରିବା ଆବଶ୍ୟକ ।
ବୃକ୍ଷାସନ – ଗୋଟିଏ ଗୋଡ଼ରେ ଛିଡ଼ା ହୋଇ ଏହି ଆସନ ଅଭ୍ୟାସ କରିବା ଦ୍ୱାରା ଚିନ୍ତା ଦୂରହୁଏ ଏବଂ ପାଦର ଗଣ୍ଠି ଫ୍ଲେକ୍ସିବଲ୍ ହୁଏ ।
ଅଧୋମୁଖୀ ସ୍ୱାନ ଆସନ – ନିୟମିତ ଏହି ଆସନ କଲେ ମେରୁଦଣ୍ଡ ସିଧା ରୁହେ । ଗୋଡ଼ ମାଂସପେଶୀ ପାଇଁ ମଧ୍ୟ ଏହା ଲାଭଜନକ ହୋଇଥାଏ ।
ଶବାସନ – ଥକାପଣ ଏବଂ ମାନସିକ ଚିନ୍ତାରୁ ମୁକ୍ତି ପାଇଁ ଏହି ଆସନ ବେଶ ଜରୁରୀ ।
ଉତ୍କଟ ଆସନ – ଏହା ଅଣ୍ଟା, ଆଣ୍ଠୁ ଏବଂ ଗୋଡ ସାଙ୍ଗକୁ ମେରୁଦଣ୍ଡ ହାଡ଼ ପାଇଁ ବେଶ ଲାଭପ୍ରଦ ।
ଦିପ୍ତିରଞ୍ଜନ ବେହେରା
Thnx Diptiranjan Behera for this good information…Really its nice…