ଆର୍ଥକ ଅସୁବିଧା ହେଉ ଅବା ପାରିବାରିକ ଅଶାନ୍ତି । ଏସବୁଥିରେ ଛନ୍ଦି ହୋଇ ଆମର ମାନସିକ ଚିନ୍ତାଧାରାରେ ବଡ଼ ପରିବର୍ତ୍ତନ ଦେଖାଦେଉଛି । ଏହି ମାନସିକ ଚାପର ବଶବର୍ତ୍ତୀ ହୋଇ ଆମେ କେତେବେଳେ ଯେ ମାନସିକ ରୋଗୀ ହୋଇଯାଉଛୁ ତାହା ନିଜେ ମଧ୍ୟ ଜାଣିପାରୁନୁ । ଏହି ମାନସିକ ରୋଗର ଲକ୍ଷଣ କ’ଣ ଓ ଏହାର ପ୍ରତିକାର କଥା ଜାଣି ରଖିଲେ ନିଶ୍ଚିତ ବିପଦ ଆସିବା ପୂର୍ବରୁ ନିଜର ଓ ଆତ୍ମୀୟଙ୍କ ଜୀବନ ରକ୍ଷା କରାଯାଇପାରିବ । କାରଣ ପ୍ରାଥମିକ ଅବସ୍ଥାରୁ ହିଁ ମାନସିକ ରୋଗୀଙ୍କ ସମ୍ପୂର୍ଣ୍ଣ ଚିକିତ୍ସା ସମ୍ଭବ ।
ମାନସିକ ରୋଗର ଲକ୍ଷଣ
– ବହୁଦିନ ଧରି ରାତିରେ ନିଦ ନହେବା ଓ ମନରେ ଅତ୍ୟଧିକ ଡର ଲାଗିରହିବା
– ବାରମ୍ବାର ରାତିରେ ସ୍ୱପ୍ନ ଦେଖିବା, ଅନ୍ୟଙ୍କୁ ଅତ୍ୟଧିକ ସନ୍ଦେହ କରିବା ଓ ହଠାତ୍ ରାଗିିଯିବା
– ମାତ୍ରାଧିକ ସ୍ମରଣଶକ୍ତି ହ୍ରାସ ଘଟିବା ଓ ଗୋଟିଏ କଥାକୁ ବାରମ୍ବାର ଚିନ୍ତା କରିବା
– ସର୍ବଦା ଅନ୍ୟମନସ୍କ ରହିବା ଓ ପ୍ରତ୍ୟେକ କଥା ଭୁଲିଯିବା
– ବାରମ୍ବାର ଗୋଟିଏ କାମକୁ ଆବଶ୍ୟକତାଠାରୁ ଅଧିକଥର କରିବା
– ମାତ୍ରାଧିକ ଦୁଃଖୀହେବା ଓ ମନକୁ ଆତ୍ମହତ୍ୟା ଭାବନା ଆସିବା
– ଅସ୍ୱାଭାବିକ ଆଚରଣ ଓ ବିଶୃଙ୍ଖଳା ଦେଖାଦେବା, ଛୁଆଁ ରୋଗ ଭାବନା ମନରେ ଆସିବା
– ମଦ, ଗଞ୍ଜେଇ ନିଶାରେ ଅଭ୍ୟସ୍ତ ହେବା, ଅନ୍ୟଙ୍କ ଚରିତ୍ରକୁ ନେଇ ସନ୍ଦେହ କରିବା
– ଭୋକ କମିବା ବା ବଢିଯିବା, ଅଳ୍ପ କଥାରେ ଚିଡ଼ିଯିବା
– ଯୌନ ସମସ୍ୟା / ହିଷ୍ଟ୍ରିଆ ରୋଗ, ମୁହଁ ଦେହ ବିକୃତ କରି ଭାବଭଙ୍ଗୀ କରିବା
ଆମ ରାଜ୍ୟରେ ବର୍ଷକୁ ପ୍ରାୟ ୧୫ରୁ ୧୭ ହଜାର ମାନସିକ ରୋଗୀ ଚିହ୍ନଟ ହୋଇଥାନ୍ତି । ସେମାନଙ୍କ ମଧ୍ୟରୁ ଶତକଡ଼ା ୫୦ରୁ ୮୦ ଭାଗ ରୋଗୀ ବିଳମ୍ବରେ ଚିହ୍ନଟ ହୋଇଥାନ୍ତି । ଯଦି ଆପଣଙ୍କ ସମ୍ପର୍କୀୟମାନଙ୍କ ମଧ୍ୟରେ ଏଭଳି ମାନସିକ ରୋଗୀଙ୍କ ଲକ୍ଷ୍ୟଣ ଦେଖନ୍ତି ତେବେ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର ସହ ତୁରନ୍ତ ପରାମର୍ଶ କରନ୍ତୁ ।
ମାନସିକ ରୋଗ ପ୍ରତିରୋଧ କରିବାର ଉପାୟ
– ଅତ୍ୟଧିକ ମାନସିକ ଚାପରୁ ନିଜକୁ ନିବୃତ୍ତ ରଖିବା
– ନିୟମିତ ଶାରୀରିକ ପରିଶ୍ରମ ଜାରି ରଖିବା
– ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଅଭ୍ୟାସ କରିବା
– ମାଦକ ଦ୍ରବ୍ୟ ଓ ନିଶା ସେବନ ନକରିବା
– କୌଣସି ପ୍ରକାରର ତମାଖୁ ସେବନରୁ ନିବୃତ୍ତ ରହିବା
– ନିରାପଦ ଯୌନ ଓ ପ୍ରଜନନ ଅଭ୍ୟାସକୁ ଆପଣେଇବା
ଦିପ୍ତିରଞ୍ଜନ ବେହେରା
No Comment