ସ୍ତନ୍ୟପାନ କରାଉଥିଲେ ଜାଣିରଖନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ କଥା

Some Important tips for breast feeding

ମା’ ଓ ଶିଶୁର ସମ୍ପର୍କ ସବୁଠାରୁ ନିଆରା । ଶିଶୁଟି ଜନ୍ମ ହୁଏ ଓ ମା’ କୋଳରେ ବଢ଼େ । ନବଜାତ ଶିଶୁର ପ୍ରଥମ ଆହାର ଥାଏ ମା’ କ୍ଷୀର । ସେଥିରୁ ହିଁ ଶିଶୁକୁ ଶକ୍ତି ମିଳେ ଓ ସେ ସୁସ୍ଥ ସବଳ ରୁହେ । ତେବେ ଶିଶୁଟିକୁ ମା’ କ୍ଷୀର ଦେବାବେଳେ କିଛି ଗୁରୁତ୍ୱପୂର୍ଣ୍ଣ କଥା ଉପରେ ଧ୍ୟାନ ଦେବାକୁ ପଡ଼େ । ଯାହାକୁ ଅବହେଳା କଲେ ଶିଶୁ ଓ ମା’ ଉପରେ ଏହାର ପ୍ରଭାବ ପଡ଼ିଥାଏ । ଶିଶୁକୁ ଠିକ୍ ଭାବେ ମା’କ୍ଷୀର ପିଆଇବା ଓ କିଛି ଛୋଟ ଛୋଟ ଭୁଲ କରିବାରୁ ବଞ୍ଚିତ ହେଲେ ମା’ ଓ ଶିଶୁ ଉଭୟ ସୁରକ୍ଷିତ ରହିପାରିବେ ।

Tight Bra ଭୁଲରେ ପିନ୍ଧନ୍ତୁ ନାହିଁ
ସ୍ତନ୍ୟପାନ କରାଉଥିବା ମହିଳା କେବେବି Tight Bra ପିନ୍ଧିବା ଉଚିତ୍ ନୁହେଁ । କାରଣ ପୂର୍ବାବସ୍ଥା ଅପେକ୍ଷା ସେ ସମୟରେ ସ୍ତନ ଅଧିକ ସମ୍ବେଦନଶୀଳ ରହିଥାଏ । ସ୍ତନ୍ୟପାନ କରାଉଥିବା ମହିଳାଙ୍କ ପାଇଁ ନର୍ସରୀ ବ୍ରା ବଜାରରେ ଉପଲବ୍ଧ । ଯେଉଁଥିରେ ଶିଶୁକୁ ତା’ର ମା’ ସୁବିଧାରେ କ୍ଷୀର ପିଆଇ ପାରିବେ ।

ଚୁଚୁକ (Nipple)କୁ ସଫା ରଖିବେ
କେତେକ ମହିଳା ନିଜ ଶିଶୁକୁ ଯେକୌଣସି ସମୟରେ ବା ଯେକୌଣସି ସ୍ଥାନରେ କ୍ଷୀର ପିଆଇଥାନ୍ତି । ଏମିତି କରିବା ଭୁଲ । ଆମ ହାତ ଭଳି ଚୁଚୁକ (Nipple) ମଧ୍ୟ ଅପରିଷ୍କାର ହୋଇଯାଏ । ତେଣୁ ଶିଶୁକୁ କ୍ଷୀର ଦେବା ପୂର୍ବରୁ ନଖ ଉଷୁମ ପାଣିରେ ତୁଳା ବା ଟିସୁ ପେପର ବୁଡ଼ାଇ ନିଜ ଚୁଚୁକ (Nipple)କୁ ଭଲଭାବେ ପୋଛି ସଫା କରିନେବା ଜରୁରୀ । ଯେମିତି ଖାଇବା ପୂର୍ବରୁ ଆମେ ହାତ ସଫା କରିଥାଉ ଠିକ୍ ସେହିଭଳି ଶିଶୁକୁ ସ୍ତନ୍ୟପାନ କରାଇବା ପୂର୍ବରୁ ଚୁଚୁକ (Nipple)କୁ ସଫା କରିବା ନିହାତି ଆବଶ୍ୟକ ।

ଚୁଚୁକ (Nipple)ରେ ଘିଅ ଲଗାନ୍ତୁ
ବେଳେବେଳେ ସ୍ତନ୍ୟପାନ କରାଇଲେ ଚୁଚୁକ (Nipple)ରେ ଯନ୍ତ୍ରଣା ଅନୁଭୂତ ହୁଏ । ସେଥିପାଇଁ ଚୁଚୁକ (Nipple)ରେ ଘିଅ ଲଗାଇବା ଉଚିତ୍ । ଏହାଦ୍ୱାରା ଚୁଚୁକ (Nipple) ଶୁଷ୍କ ହୁଏ ନାହିଁ । ସ୍ତନ୍ୟପାନ କରି ସାରିଲା ପରେ ଶିଶୁର ଛିପକୁ ଚୁଚୁକ (Nipple)ରେ ଲାଗି ରହିବାକୁ ଦେବେ, ପୋଛିବେ ନାହିଁ ।

ସ୍ତନରେ ସାବୁନ ଲଗାଇବେ ନାହିଁ
ସ୍ତନ୍ୟପାନ କରାଉଥିବା ମହିଳାମାନେ ଗାଧୋଇବା ବେଳେ ସ୍ତନରେ ସାବୁନ ଲାଗଇବା ଉଚିତ୍ ନୁହେଁ । କାରଣ ସାବୁନରେ ଥିବା କେମିକାଲ ପଦାର୍ଥ ଚୁଚୁକ (Nipple)କୁ କଠିନ ଓ ଶୁଷ୍କ କରିଦିଏ । ତେଣୁ ଗାଧୋଇବା ସମୟରେ କେବଳ ଉଷୁମ ପାଣିରେ ସେହି ଅଙ୍ଗକୁ ସଫା କରିଦେବା ଭଲ ।

ସ୍ୱାସ୍ଥ୍ୟକର ଖାଦ୍ୟ
ସ୍ତନ୍ୟପାନ କରାଉଥିବା ମା’ମାନେ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ନିହାତି ଆବଶ୍ୟକ । କାରଣ ଆପଣ ଯାହା ଖାଆନ୍ତି ତାହା କ୍ଷୀର ଆକାରରେ ଶିଶୁକୁ ମିଳେ ଓ ଶିଶୁ ସୁସ୍ଥ ରୁହେ ।

ମା’ ଓ ଶିଶୁ ପାଇଁ ସ୍ତନ୍ୟପାନ ନିହାତି ଜରୁରୀ
ମା’ କ୍ଷୀର ଶିଶୁର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସହାୟକ ହୁଏ । ଯାହା ଶିଶୁ ପାଇଁ ନିହାତି ଆବଶ୍ୟକ । ଏହାଛଡ଼ା ମା’ ଓ ଶିଶୁର ସମ୍ପର୍କ ମଧ୍ୟ ସୁଦୃଢ଼ ହୁଏ । ପ୍ରଥମ ୬ମାସ ସ୍ତନ୍ୟପାନ ଗର୍ଭନିରୋଧର ମଧ୍ୟ କାମକରେ । ଏହାଛଡ଼ା ସ୍ତନ କର୍କଟ ଓ ଅନ୍ୟ ରୋଗରୁ ମଧ୍ୟ ମୁକ୍ତି ମିଳେ । ଚାକିରୀ ବା ଅନ୍ୟ କାମରେ ବ୍ୟସ୍ତ ରହି ନିଜ ଶିଶୁକୁ ସ୍ତନ୍ୟପାନ କରାଇ ପାରୁନଥିବା ମା’ମାନେ ନିଜ କ୍ଷୀରକୁ କୌଣସି ଏକ ସଫା ବୋତଲ କିମ୍ବା Pumping Breast Milk ରେ ଜମା ରଖିପାରିବେ । ମା’କ୍ଷୀର ୬-୭ ଘଣ୍ଟା ପର୍ଯ୍ୟନ୍ତ ସତେଜ ରହିଥାଏ । ଯାହାକୁ ପରେ ଶିଶୁକୁ ପିଆଇ ପାରିବେ ।

ଦିପ୍ତିରଞ୍ଜନ ବେହେରା

Previous ଦୀପିକାଙ୍କ ପ୍ରଥମ ପସନ୍ଦ 'ସବ୍ୟସାଚୀ'! ଆଶ୍ଚର୍ଯ୍ୟ ହୋଇଗଲେ କି?
Next ଷ୍ଟିଲ ସିଟିରୁ ଉଡ଼ିବ ବିମାନ

No Comment

Leave a reply

Your email address will not be published. Required fields are marked *