ନିଦ୍ରାକୁ ନକର ହେଳା

some facts about sleep

ଶରୀରକୁ ସୁସ୍ଥ ରଖିବା ପାଇଁ ଶାରୀରିକ ପରିଶ୍ରମ ସାଙ୍ଗକୁ ବିଶ୍ରାମର ମଧ୍ୟ ସେତିକି ଆବଶ୍ୟକତା ରହିଛି । ନିଦ ଆମ ଶରୀର ପାଇଁ ଅତ୍ୟନ୍ତ ଆବଶ୍ୟକ। ଠିକ୍ ଭାବେ ନିଦ ନହେଲେ ଆମକୁ ଅଳସୁଆ ଲାଗେ ଓ କୌଣସି କାମ କରିବାରେ ଇଚ୍ଛା ହୁଏନି । ଏଇ ନିଦକୁ ନେଇ କିଛି ଜଣା ଅଜଣା କଥା ଆମେ ଆପଣମାନଙ୍କୁ କହିବୁ ।

– ଜଣେ ବ୍ୟକ୍ତି ତା’ର ଜୀବନ କାଳରେ ପାଖାପାଖି ୨୫ ବର୍ଷ ଶୋଇବାରେ ବିତାଇଥାଏ ।

Randy Gardner

– ଅଳ୍ପ ଶୋଉଥିବା ବ୍ୟକ୍ତିଙ୍କର ହର୍ମୋନସ୍ତର ହ୍ରାସ ପାଇବାରେ ଲାଗେ ।

– ଖରାବେଳେ ଓ ଅର୍ଦ୍ଧରାତ୍ରିରେ ଆମକୁ ସବୁଠାରୁ ଅଧିକ କ୍ଳାନ୍ତ ଅନୁଭୂତ ହୁଏ ।

– ସବୁଠାରୁ ଅଧିକ ସମୟ ଚେଇଁ ରହିବାରେ ରେକର୍ଡ କରିଛନ୍ତି କାଲିଫୋର୍ନିଆର ‘Randy Gardner’ । ସେ ୧୯୬୪ ମସିହାରେ ୨୬୪ ଘଣ୍ଟା ୨୫ ମିନିଟ୍ (୧୧ ଦିନ ୨୫ ମିନିଟ) ପର୍ଯ୍ୟନ୍ତ ଅନିଦ୍ରା ରହିଥିଲେ  ।

– ମନ ଉଦାସ ଥିଲେ କିଛି ସମୟ ଶୋଇପଡ଼ିଲେ ଭଲ ଲାଗେ।

– ନିଦରେ ଶୋଇଥିବା ବ୍ୟକ୍ତି ଦାନ୍ତ ରଗଡ଼ୁଥିଲେ ତାକୁ ‘Bruxim’ କୁହାଯାଏ  ।

– ଶୋଇବା ସମୟରେ ଛିଙ୍କ ଆସେନାହିଁ ।

– ମଣିଷ କିଛି ଆହାର ଗ୍ରହଣ ନକରି ୨ ମାସ ପର୍ଯ୍ୟନ୍ତ ବଞ୍ଚି ପାରେ କିନ୍ତୁ ବିନା ନିଦ୍ରାରେ କେବଳ ୧୧ ଦିନ ଯାଏଁ ବଞ୍ଚି ପାରିବ ।

– ବିଲେଇ ନିଜ ଜୀବନର ୭୦% ଭାଗ ଶୋଇକି ବିତାଏ ।

– ଠେକୁଆ ଆଖି ଖୋଲି ଓ ଘୋଡ଼ା ଠିଆ ହୋଇ ଶୋଇଥାନ୍ତି ।

– କ୍ରମାଗତ ୧୬ ଘଣ୍ଟା ଅନିଦ୍ରା ରହିଲେ ଆମ ଶରୀର ଅବଶ ଲାଗେ ।

– ‘Personality Disorder’ ରୋଗରେ ପୀଡ଼ିତ ବ୍ୟକ୍ତି କେବେବି ସ୍ୱପ୍ନ ଦେଖନ୍ତି ନାହିଁ ।

– ଯେବେ ଦୁନିଆରେ ରଙ୍ଗୀନ ଟିଭି ନଥିଲା ୮୦% ଲୋକ କଳାଧଳା ସ୍ୱପ୍ନ ଦେଖୁଥିଲେ । କାରଣ ଆମେ ଯାହା ଭାବୁ ତାହାହିଁ ସ୍ୱପ୍ନରେ ଦେଖୁ ।

– ସ୍ୱପ୍ନରେ ଆମେ କେବଳ ଚିହ୍ନା ବ୍ୟକ୍ତିଙ୍କ ମୁହଁ ହିଁ ଦେଖୁ

– ଏବେ ଅଧିକାଂଶ ଲୋକଙ୍କୁ ନିଦ କମ୍ ହେବାର କାରଣ ହେଉଛି ଇଣ୍ଟରନେଟ୍ ।

– ଏକ ଗବେଷଣାରୁ ଜଣା ପଡ଼ିିଛି ଯେ, ମହିଳାମାନେ ପୁରୁଷଙ୍କ ତୁଳନାରେ ଏକ ଘଣ୍ଟା ଅଧିକ ଶୋଇବା ଆବଶ୍ୟକ । କାରଣ ଏଭଳି ନହେଲେ ମହିଳାମାନଙ୍କ ମାନସିକ ଚାପ ବୃଦ୍ଧି ପାଇଥାଏ ।

ଦିପ୍ତିରଞ୍ଜନ ବେହେରା

Previous ଚେଇଁଲେ ସରକାର:କୋଟିଆକୁ ଗଡିବ ବସ୍
Next ଅନ୍ତିମ ଟେଷ୍ଟରେ ଆହତ ରିଦ୍ଧିମାନଙ୍କ ସ୍ଥାନ ନେବେ ଦୀନେଶ କାର୍ତ୍ତିକ

No Comment

Leave a reply

Your email address will not be published. Required fields are marked *